ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୪ ଘଂଟା ମଧ୍ୟରେ ଡକାୟତଙ୍କୁ ଧରିଲା ଝାରବନ୍ଧ ପୋଲିସ । ଗତ ୮ ତାରିଖ ଦିନ ଝାରବନ୍ଧ ଥାନା ଧନେଶ୍ୱର ଗାଁ ର ରୁକଧର ସାହୁ ଝାରବନ୍ଧ ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କ ଦୁଇ ଚକିଆ ଗାଡିରେ ଯିବା ସମୟରେ, ଏକ ପଲସରରେ ତିନି ଜଣ ଯୁବକ ଆସି ପେଟ୍ରୋଲ ପମ୍ପ ନିକଟରେ ତାଙ୍କୁ ଅଟକାଇ ତାଙ୍କ ଠାରୁ ୨୦,୦୦୦ ଟଙ୍କା ଲୁଟ କରିନେଇଥିଲେ ।
ଏ ସଂକ୍ରାନ୍ତରେ ସେ ଝାରବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଝାରବନ୍ଧ ପୋଲିସ ସିସିଟିଭି ଫୁଟେଜ ଯାଂଚ କରି ଉଭୟ ତିନି ଜଣ ଯୁବକ ଝାରବନ୍ଧ ଥାନା ଝାରବନ୍ଧର ପ୍ରିୟମ ପ୍ରଧାନ,ସନଦାଦର ର କୋଶଳ ଚନ୍ଦ୍ର ସାହୁ ଓ ବିଜାଢୋଳର ଜନ୍ମଜୟ ହାତୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦,୦୦୦ ଟଙ୍କା ଓ ଦୁଇ ଗୋଟି ମୋବାଇଲ,ଲୁଟରେ ବ୍ୟବହାର ବାଇକ ଜବତ କରିଥିଲେ ।
ଏମାନଙ୍କ ନାମରେ ଆଗରୁ ମଧ୍ୟ ଲୁଟ,ନିଶା ବ୍ୟବସାୟ ଆଦି ଅଭିଯୋଗ ଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।