ପୁଣି ଆମ ବସ୍‌ ନେଲା ଜୀବନ

0

ଓଡ଼ିଆ ନ୍ୟୁଜ୍: ପୁଣି ଜୀବନ ନେଲା ଆମ ବସ । ରସୁଲଗଡ଼ରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଆମ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ରବିବାର ଭୁବନେଶ୍ୱରର ବାଣୀବିହାର-ସତ୍ସଙ୍ଗ ବିହାର ରାସ୍ତା ନିକଟରେ ଏକ ବାଇକକୁ ଆମ ବସ୍ ଧକ୍କା ଦେଇଛି । ରୁଟ୍ ନଂ ୯୧ ରେ ଚାଲୁଥିବା OD ୩୩ U ୭୩୫୨ ନମ୍ବର ବିଶିଷ୍ଟ ଆମ ବସ୍ ଏକ ବାଇକ୍ (OD ୧୩ M ୪୫୨୦) ରେ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବସ୍ ଟି କଟକର ବିଜୁ ପଟ୍ଟନାୟକ ପାର୍କରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଯାଉଥିଲା। ମୃତ ବ୍ୟକ୍ତିଙ୍କ ସଠିକ୍ ପରିଚୟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନଥିଲେ ମଧ୍ୟ ସେ ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.