ଛାତ୍ର ମୃତ୍ୟୁକୁ ନେଇ ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ୍: ଛାତ୍ର ମୃତ୍ୟୁକୁ ନେଇ ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା। କ୍ୟାମ୍ପସ୍‌ରେ ହୋହାଲ୍ଲା ସହ ଭଙ୍ଗାରୁଜା କଲେ ମୃତକଙ୍କ ସହପାଠୀ। ଜୀବନ ହାରିଥିବା ଛାତ୍ର ଜଣକ B.Tech ପ୍ରଥମ ବର୍ଷର ଛାତ୍ର। ଘଟଣାସ୍ଥଳରେ ପହଞ୍ଚି ଇନ୍‌ଫୋସିଟି ଥାନା ପୋଲିସ୍‌ର ତଦନ୍ତ।ଛାତ୍ରଙ୍କ ମୃତ୍ୟୁ ପରେ କଲେଜ ନାଁରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା । କଲେଜ କର୍ତ୍ତୃପକ୍ଷ ପୁଅକୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସେ ଗତକାଲି ରାତି ୧୦ଟା ରେ ଘର ଲୋକଙ୍କ ସହ କଥା ହୋଇଥିଲେ ।

ରାତି ୧୧ଟା ବେଳକୁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ବିଶ୍ୱାସଙ୍କ ମୃତ୍ୟୁକୁ ନେଇ କଲେଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଛାତ୍ରଙ୍କୁ ବୁଝାସୁଝା ସହ କଲେଜ କ୍ୟାମ୍ପସରେ ମୁତୟନ କଲେ ପୋଲିସ । ଅଶାନ୍ତ ସିଲିକନ୍ ହଷ୍ଟେଲ ଥିବା ବେଳେ ପିଲାଙ୍କ ଭଏସ ବନ୍ଦ କରିଦେଲେ କଲେଜ କତୃପକ୍ଷ । ରାତି ସାରା କଲେଜ ଛାତ୍ରଙ୍କ ପାଟିତୁଣ୍ଡ ପ୍ରମାଣ କରିଥିଲା ଯେ କଲେଜ ର ଏଥିରେ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ।

Leave A Reply

Your email address will not be published.