ରାଜନୀତିରେ ପାଦ ଦେଉ ଦେଉ YSR କଂଗ୍ରେସ ଛାଡିଲେ ଅମ୍ବାତି ରାୟୁଡୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଶନିବାର ସକାଳେ ଯୁବାଜାନାରାମିକା ରିଥୁ କଂଗ୍ରେସ ପାର୍ଟି (YSRCP) ରୁ ବିଦାୟ ନେଇଥିବା ଘୋଷଣା କରିଛନ୍ତି। ଏନେଇ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାୟୁଡୁ ।

ଡିସେମ୍ବର 28ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଥିଲେ । ଟ୍ବିଟ୍ କରି ଅମ୍ବାତି ରାୟୁଡୁ କହିଛନ୍ତି, ”ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ YSRCP ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଇଛି । କିଛି ଦିନ ପର୍ଯ୍ୟନ୍ତ ମୁଁ ରାଜନୀତିରୁ ଦୂରେଇ ରହିବାକୁ ଏପରି ନିଷ୍ପତ୍ତି ନେଇଛି । ଆଗାମୀ ପଦକ୍ଷେପ ବିଷୟରେ ପରବର୍ତ୍ତୀ ସମୟରେ ଅବଗତ କରାଯିବ, ଧନ୍ୟବାଦ ।” ଗତବର୍ଷ ଡିସେମ୍ବର 28 ତାରିଖରେ ୱାଇଏସଆର କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ ଅମ୍ବାତି ରାୟୁଡୁ ।

କ୍ରିକେଟ ମଇଦାନ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଦଳରେ ଯୋଗଦେବା ପୂର୍ବରୁ ସେ ଏକାଧିକ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ଭେଟିଥିଲେ । ଏହାପରେ ସେ ଦଳରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳରେ ସାମିଲ ହୋଇଥିଲେ । ଏହାର ଠିକ 9 ଦିନ ପରେ ଅର୍ଥାତ୍ ଆଜି (ଶନିବାର) ସେ ଦଳ ଛାଡିଛନ୍ତି । ଏପରି ନିଷ୍ପତ୍ତି କାହିଁକି ନେଲେ ରାୟୁଡୁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.