ସରପଞ୍ଚ ତପନ କୁମାର ନାୟକଙ୍କ ହୃଦଘାତରେ ପରଲୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଦକ୍ଷିଣୀ ଗ୍ରାମପଞ୍ଚାୟତର ସରପଞ୍ଚ ତପନ କୁମାର ନାୟକଙ୍କ ହୃଦଘାତରେ ପରଲୋକ ଘଟିଛି।ସେ ଜଣେ ପରୋପକାରୀ,ଦରଦୀ ନିଷ୍ଠାପର ମଣିପ ଥିଲେ।

ଲୋକମାନଙ୍କ ସମସ୍ୟାକୁ ସେ ବେଶ୍ ଭଲଭାବରେ ସମାଧାନ କରୁଥିଲେ। ତାଙ୍କ ର ଏହି ପରଲୋକ ଖବରରେ ପଞ୍ଚାୟତରେ ଶୋକର ଶାୟା ଖେଳିଛି।ସରପଞ୍ଚ ହେଲା ପରେ ସେ ମଧ୍ୟ ବ୍ଲକ ତରଫରୁ ପୁରସ୍କୃତ ହୋଇଥିବା ସୂଚନା ରହିଛି।

ଆଜି ତାଙ୍କର ପରଲୋକରେ ତାଙ୍କ ଓରିଶସ୍ଥିତ ବାସଭବନରେ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ମାର୍ଶାଘାଇ ବ୍ଲକ ସଭାପତି ସଂଜୟ କୁମାର ଲେଙ୍କା, ଏବଂ ବିଜେଡିର ବହୁ ବରିଷ୍ଠ ଓ କର୍ମୀ ମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏବଂ ତାଙ୍କ ର ମରଶରୀରକୁ ପଞ୍ଚାୟତରେ ଏକ ଶୋଭାଯାତ୍ରା ରେ ପଞ୍ଚାୟତ ସାରା ବୁଲା ଯାଇଛି।

Leave A Reply

Your email address will not be published.