ମାର୍ଶାଘାଇ କୁହୁଡି ଗ୍ରାମରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ଅକ୍ଷତ ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାର୍ଶାଘାଇ କୁହୁଡି ଗ୍ରାମରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ଅକ୍ଷତ ବଣ୍ଟନ | ଅଯୋଧ୍ୟା ନଗରୀରେ ନବ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚଳିତ ମାସ ୨୨ ତାରିଖରେ ଅନୁଷ୍ଠିତ ହେବ।

ଏହି ଉପଲକ୍ଷେ ସମଗ୍ର ଦେଶର ବିଭିନ୍ନ ଗ୍ରାମରେ ନିମନ୍ତ୍ରଣ ପତ୍ର ସହ ଅକ୍ଷତ ବଣ୍ଟନ କରାଯାଉଛି।କେନ୍ଦ୍ରାପଡାର ମାର୍ଶାଘାଇ ବ୍ଲକ ଅଧିନ କୁହୁଡି ପଞ୍ଚାୟତ ସ୍ଥିତ ସିଦ୍ଧ ମହାପୁରୁଷଙ୍କ ଛକରେ ଥିବା ମହାବୀରଙ୍କ ମନ୍ଦିରରୁ ଆରମ୍ଭ ହୋଇ ସମସ୍ତ ଗ୍ରାମ ଦେବା ଦେବୀ ଙ୍କ ମନ୍ଦିର ଓ ସମସ୍ତ ଗ୍ରାମ ବାସିଙ୍କୁ ଅକ୍ଷତ ବଣ୍ଟନ କରାଯାଉଛି।

ଶ୍ରୀରାମଙ୍କ ମନ୍ଦିର ଫଟୋ ଓ ନିମନ୍ତ୍ରଣ ପତ୍ରକୁ ପୂଜାର୍ଚନା କରି ନାମ ସଙ୍କୀର୍ତ୍ତନ ସହିତ ବଣ୍ଟନ କରାଯାଇଛି।ଏଥ‌ିରେ କୁହୁଡି ମହାବୀର ଯୁବକ ସଂଘର ଯୁବକ ମାନେ ଓ ସମସ୍ତ ଶ୍ରୀରାମଙ୍କ ଭକ୍ତ ସହଯୋଗ କରିଥିଲେ।ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟା ନଗରୀରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଥବାରୁ ଦେଶରେ କୋଣ ଅନୁକୋଣରେ ଉତ୍ସାହ ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.