ଓଡିଶା ସରକାର ପୂର୍ତ୍ତବିଭାଗ ପକ୍ଷରୁ ନଣ୍ଡାବର ବରପଦା ବାତୋ ରାସ୍ତାର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡିଶା ସରକାର ପୂର୍ତ୍ତବିଭାଗ ପକ୍ଷରୁ ନଣ୍ଡାବର ବରପଦା ବାତୋ ରାସ୍ତାର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ |

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରୁଆଁ ପଞ୍ଚାୟତ ପାଟସୁରା ଠାରେ ଓଡିଶା ସରକାର ପୂର୍ତ୍ତବିଭାଗ ପକ୍ଷରୁ ନଣ୍ଡାବର ବରପଦା ବାତୋ ରାସ୍ତାର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ | ଏଥିରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଫିତା କାଟିଥିଲେ ଏନ୍ଯମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ, ଜିଲ୍ଳା ପରିଷଦ ସଞ୍ଜୟ ମଲ୍ଲିକ,

ତରୁଆଁ ସରପଞ୍ଚ ରଶ୍ମିରଂଜିତା ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର,ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦିପ କୁମାର ସାହୁ , ବାତୋ ସମବାୟ ସମିତି ସଭାପତି ସୁରେନ୍ଦ୍ର କୁମାର ପାଳ ଓ ବହୁ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ଏହା ରାସ୍ତା ହେବା ଫଳରେ ସ୍ଥାନୀୟ ଲୋକମାନେ ସୁରୁଖୁରୁରେ ଗମନା ଗମନ କରିପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.