ଆଜି ଡ୍ରାଇଭର ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମ ରୁ ମୃତ୍ୟୁ ସବୁଠି ଦରକାର ଗାଡି ଓ ଡ୍ରାଇଭର ।ସେହି ଡ୍ରାଇଭର ଦିନ ରାତି ୨୪ଘଣ୍ଟା ସବୁଠି ସବୁ ସମୟରେ ପହଞ୍ଚିଥାନ୍ତି ବିଭିନ୍ନ ବାଧାବିଘ୍ନ ସହି ।କିନ୍ତୁ ସେହି ଡ୍ରାଇଭର ଆଜି ଅବହେଳିତ ଓ ନିଷ୍ପେସିତ ।ରାଜ୍ୟସରକାର ଓ କେନ୍ଦ୍ରସରକାର ଙ୍କ ଡ୍ରାଇଭର ଙ୍କ ଲାଗି କରାଯାଇଥିବା ଆଇନକୁ ବିରୋଧ କରି ଆଜି ହଜାର ହଜାର ଡ୍ରାଇଭର ଓହ୍ଲାଇଛନ୍ତି ରାଜରାସ୍ତାକୁ ଆନ୍ଦୋଳନ ପାଇଁ ।

କେନ୍ଦ୍ରସରକାରଙ୍କର ଓ ରାଜ୍ୟ ସରକାର ଙ୍କ ହିଟ୍ ଆଣ୍ଡ ରନ୍ ନୂଆ ଆଇନକୁ ବିରୋଧ କରି ଜାରି ରହିଛି ଡ୍ରାଇଭର ଆନ୍ଦୋଳନ । ଆଇନ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ସାଲେପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି lକେନ୍ଦ୍ରୀୟ ଓ ରାଜ୍ୟ ର ଆଇନକୁ ବିରୋଧ ସହ ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଓଡ଼ିଶା ଡ୍ରାଇଭର ମହାସଂଘ ସାଲେପୁର ତରଫରୁ ଖରାଖିଆ ଛକ ଠାରେ ଡ୍ରାଇଭର ମାନେ ଧାରଣାରେ ବସିବା ସହ ରାସ୍ତାରେ ଚଳା ଚଳ କରୁଥିବା ଗାଡି ଡ୍ରାଇଭର ଙ୍କୁ ସ୍ଟେରିଙ୍ଗ ଛାଡି ଧାରଣାରେ ସାମିଲ ହେବା ପାଇଁ ବୁଝାଉଥିଲେ ।

ଡ୍ରାଇଭର ମାନେ ଗାଡି ଛାଡି ଆନ୍ଦୋଳନରେ ସାମିଲ ହେଉଥିବା ପରିବହନ ସେବା ସମ୍ପୂର୍ଣ ଠପ୍ ହେବାର ଆଶଙ୍କା ଦଖାଦେଇଛି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସ‌ହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ଯଦି ଏହି ଆଇନକୁ ସଂଶୋଧନ କରାନଯାଏ ତେବେ ଏହି ଆନ୍ଦୋଳନ କୁ ଆହୁରି ତ୍ରୀବତର କରାଯିବ ସହିତ ଅଖଚକ ବନ୍ଦ କରିବେ ବୋଲି ସାଲେପୁର ବ୍ଲକ ଡ୍ରାଇଭର ମହାସଂଘ ର ସଭାପତି ତ୍ୱରାବ ଖାନ,ସଂପାଦକ ଗୈତମ ପୁହାଣ ,ଉମାକାନ୍ତ ଖୁଣ୍ଟିଆ,ସଞ୍ଜୟ ମଲ୍ଲିକ,ବଳରାମ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.