ଦିବାଲୋକରେ ସ୍କୁଲ ଚାଉଳ ଚୋରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିବାଲୋକରେ ସ୍କୁଲ ଚାଉଳ ଚୋରୀ | ଆଜି ସ୍ପଷ୍ଟ ଦିବାଲୋକରେ ସ୍କୁଲ ଆରମ୍ଭ ହେଉ ହେଉ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିଥିଲେ ଖୋଦ ପ୍ରଧାନ ଶିକ୍ଷୟତ୍ରୀ। ସରକାର ଲାଇଭ ଟି ଅଧୀନରେ ସ୍କୁଲ କରି ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାନ୍ନ ଭୋଜନ ଦେବା ବ୍ୟବସ୍ଥା କରିଛନ୍ତି ।ଆଜି ମଧ୍ୟାନ୍ନ ଭୋଜନ ଚାଉଳ ଲଦା ହୋଇଥିବା ଏକ ବାଇକ ସହ ବ୍ୟବସାୟୀଙ୍କୁ ଧରିଲେ ଖୋଦ ବିଦ୍ୟାଳୟର ସଭାପତି।

ଏ ନେଇ ଥାନା ରେ ଏତଲା ଦେଲେ ବିଦ୍ୟାଳୟ ର ସଭାପତି l ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧୀନରେ ଥିବା ସରକାରି ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ ବୋଧଙ୍ଗ ରେ। ଏକ କ୍ୱିଣ୍ଟାଲ ଚାଉଳ ପ୍ରଧାନ ଶିକ୍ଷୟତ୍ରୀ କିଲୋ ପିଛା ୨୫ଟଙ୍କା ଦାମରେ ବିକ୍ରି କରିଥିବା ଖୋଦ ବେପାରି କହିଛି। ବେପାରୀ କି ଗ୍ରାମ ବାସୀ ମାନେ ଅଟକ ରଖି ଥାନା ଏତଲା ମନ୍ଦ୍ୟ ଦିଆହୋଇଛି l

ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ଖୋଦ ବିଦ୍ୟାଳୟ ସଭାପତି। ଅନ୍ୟପଟେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀଣୀ କହିଛନ୍ତି। ସତରେ ସରକାରଙ୍କ ଏ ବିଚିତ୍ର ବ୍ୟବସ୍ଥା ।ଖାଲି ତଦନ୍ତ କରି କାଯ୍ୟାନୁଷ୍ଠାନ ନେବୁ ଭଳି ପ୍ରତିଶୃତି ଦେଉଛନ୍ତି ।ଦେଖାଯାଉ କଣ ପଦକ୍ଷେପ ନେଉଛନ୍ତି ଶିକ୍ଷାଧୀକାରିଣୀ ଓ ସରକାର ।

Leave A Reply

Your email address will not be published.