ପେସା ହେଉଛି ଶିକ୍ଷାଦାନ ନିଶା ହେଉଛି ଚିତ୍ର ଆଙ୍କିବା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପେସା ହେଉଛି ଶିକ୍ଷାଦାନ ନିଶା ହେଉଛି ତୂଳୀ ଧରି ବିଭିନ୍ନ ଦେବା ଦେବୀ ଙ୍କ ଠାରୁ ଆରମ୍ଭ କରି ଆଦିବାସୀ ପରମ୍ପରା ର ଚିତ୍ର ଆଙ୍କି ଏବେ ଚର୍ଚ୍ଚାରେ ସେମିଲିଗୁଡା ମହାବିଦ୍ୟାଳୟ ର ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ l ରାତି ପାହିଲେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବା। ଆଉ ଟିକେ ଅବସର ମିଳିଲେ ତୂଳୀରେ ଆଙ୍କି ବସନ୍ତି ନାନା ରକମର ଚିତ୍ର। ତାଙ୍କର ପେନସିଲ ଆର୍ଟ, ଅଏଲ ପେଣ୍ଟିଂ, ମଡ଼ର୍ଣ୍ଣ ଆର୍ଟ, ମୂର୍ତ୍ତି ଗଢିବା ସମସ୍ତଙ୍କୁ ଚକିତ କରେ। ଗାଉଁଲି ପରିବେଶରୁ ସାଉଁଟା ସ୍ମୃତି ସବୁ ବିଦ୍ୟୁତପ୍ରଭାଙ୍କ ତୂଳୀରେ ଜୀବନ୍ତ ହୋଇଉଠେ।

ଏଭଳି ପ୍ରତିଭାଧାରିଣୀ ହେଉଛନ୍ତି ସୁନାବେଡା ଏଇଏଫ ରେ ରହୁଥିବା ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ । ଡକ୍ଟର ବିଦ୍ୟୁତପ୍ରଭା ରାଉତ ବୃତ୍ତିରେ ଅଧ୍ୟାପିକା ଏବଂ ପ୍ରବୃତ୍ତିରେ ଜଣେ ଚିତ୍ରକର । ଚିତ୍ରକଳାରେ ବିଧିବଦ୍ଧ ଭାବେ କୌଣସି ଡିଗ୍ରୀ ହାସଲ କରିନଥିଲେ ହେଁ ବିଭିନ୍ନ ପ୍ରକାର ଚିତ୍ରକଳା ଓ ଭାସ୍କର୍ଯ୍ୟରେ ତାଙ୍କର ନିଜର ସ୍ବତନ୍ତ୍ରଶୈଳୀର ପ୍ରଦର୍ଶନ କରିପାରିଛନ୍ତି । ବିଶେଷତଃ ତୈଳଚିତ୍ରରେ ଦକ୍ଷ ବିଦ୍ୟୁତପ୍ରଭା ପୋର୍ଟରେଟ କରିବାରେ ବେଶ୍ ଧୁରନ୍ଦର । କେବଳ ଚିତ୍ରକଳା ନୁହେଁ ସେ ବାଲୁକାଶିଳ୍ପରେ ମଧ୍ୟ ରୁଚି ରଖନ୍ତି । ତାଙ୍କର ଅନେକ ତୈଳଚିତ୍ର କୋରାପୁଟର ବିଭିନ୍ନ ଅନୁଷ୍ଠାନରେ ସଂରକ୍ଷିତ ହୋଇଛି । ନିକଟରେ ସେ ସେମିଳିଗୁଡ଼ା ମହାବିଦ୍ୟାଳୟର ପ୍ରାୟ ଦେଢ଼ ଶହ ମିଟର ଦୀର୍ଘ ପ୍ରାଚୀରକୁ ଏକୁଟିଆ ନିଜର ଚିତ୍ରକଳାରେ ସଜ୍ଜିତ କରିଛନ୍ତି । ଏହି ‘ଐତିହ୍ୟ ପ୍ରାଚୀର’ ଭାବେ ପରିକଳ୍ପିତ ପାଚେରୀରେ କୋରାପୁଟର ଆଦିବାସୀ ଜୀବନର ବିବିଧତାକୁ ରୂପ ଦେବାରେ ନିଜର ଶୈଳୀର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଛନ୍ତି ।

ଚିତ୍ରକଳା ଓ ସମାଜସେବାରେ ନିଜକୁ ନିୟୋଜିତ କରିଥିବା ବିଦ୍ୟୁତପ୍ରଭାଙ୍କର ଜନ୍ମ ୧୯୮୧ ମସିହାରେ ସେମିଳିଗୁଡା ସହରରେ ହୋଇଥିଲା । ପଞ୍ଚାନନ ରାଉତ ଏବଂ କଳ୍ପନା ରାଉତଙ୍କ ସେ ହେଉଛନ୍ତି ଜ୍ୟୋଷ୍ଠା କନ୍ୟା ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଡ. ଆଲୋକ ବରାଳଙ୍କର ଧର୍ମପତ୍ନୀ ଅଟନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଓଡିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରୁ ଉଭୟ ଓଡ଼ିଆ ଏବଂ ନୃତତ୍ତ୍ୱରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥବା ବିଦ୍ୟୁତପ୍ରଭା ମନୋଜ ଦାସଙ୍କ କଥାସାହିତ୍ୟ ସମ୍ପର୍କରେ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଏମ.ଫିଲ.ଏବଂ ପିଏଚ. ଡି. ଡିଗ୍ରୀ ଲାଭ କରିଛନ୍ତି l

ସେମିଲିଗୁଡା ମହାବିଦ୍ୟାଳୟ ର ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ ଙ୍କ ନିଶା ହେଉଛି ଚିତ୍ର ଆଙ୍କିବା l ଆଗରୁ ଘରେ ଚିତ୍ର ଆଙ୍କୁ ଥିଲେ l କେବେ ନିଜ କଲେଜ ରେ ଚିତ୍ର ଆଙ୍କିବା ପାଇଁ ସୁଯୋଗ ପାଇ ନ ଥିଲେ l ରାଜ୍ୟ ସରକାର ଙ୍କ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନିଜ କଲେଜ କାନ୍ଥ ରେ ଚିତ୍ର ଆଙ୍କିବା ପାଇଁ ସୁଯୋଗ ମିଳିଲା l ନିଜେ କଲେଜ କାନ୍ଥ ରେ ଚିତ୍ର ଆଙ୍କିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଚିତ୍ର ଆଙ୍କିବା ପାଇଁ ଉତ୍ସାହିତ କରୁଛନ୍ତି l କଲେଜ ଚାରି ପାଖ ଏବେ ଚିତ୍ର ରେ ପରିପୂର୍ଣ୍ଣ l ପାଠ ପଢ଼ାଇବା ସହିତ ସମୟ ମିଳିଲେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମହାବିଦ୍ୟାଳୟ ର କାନ୍ଥ ରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି l କୋରାପୁଟ ଜ଼ିଲ୍ଲାର ବିଭିନ୍ନ ଦେବା ଦେବୀ ଓ ସାଂସ୍କୃତି ପରମ୍ପରା କୁ ନେଇ ସେ ଆଙ୍କିଛନ୍ତି ଅନେକ ଚିତ୍ର l

କଲେଜ କାନ୍ଥ କୁ ଦେଖିଲେ କୋରାପୁଟ ର ସଂସ୍କୃତି ପରମ୍ପରା ସାମ୍ନାକୁ ଆସିଯାଉଛି l ପିଲା ମାନେ ବି ବେଶ ଉତ୍ସାହିତ ସହକାରେ ଚିତ୍ର ଆଙ୍କୁଛନ୍ତି l ଗୋଟେ ପଟେ ପିଲା ମାନଙ୍କ ଭିତରେ ରହିଥିବା ଲୁକାୟିତ ପ୍ରତିଭା ଲୋକ ଲୋଚନ କୁ ଆସିବା ସହିତ ଅଧ୍ୟାପିକା ଙ୍କ ହାତ ର ଯାଦୁରେ କଲେଜ ଏବେ ଶୋଭା ପାଉଛି l ସେଇ ରାସ୍ତା ଦେଇ ଯିଏ ଯାଉଛି ଚିତ୍ର କୁ ଦେଖି କିଛି ସମୟ ଅଟକି ଚିତ୍ର କୁ ନିରୀକ୍ଷଣ କରି ଚାହିଁ ରହୁଛି l ମହାବିଦ୍ୟାଳୟ ର ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ ଙ୍କ ଏହିଭଳି ପ୍ରୟାସ କୁ କଲେଜ ର ଅଧକ୍ଷ ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.