ଆଜିଠୁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜିଠୁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ରାଜ୍ୟର ସମସ୍ତ ପଂଚାୟତ, ବିଜ୍ଞାପିତ ଅଂଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଅରୁଆ ଚାଉଳ, ଗୁଆ ଓ ନଡିଆ ସଂଗ୍ରହ କରାଯିବ । ଆଜି ପ୍ରଥମ ଦିନରେ ପୁରୀ ସହରର ସଦର ବ୍ଲକ, ୨୫ ନମ୍ବର ଜୋନ୍ର ତଲଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ୍ର ଗୋପୀନାଥପୁର ଓ କାଶୀ ହରିପୁର, ୨୭ ନମ୍ବର ଜୋନ୍ର ବାଲିପୁଟ ଓ ରାଏଗୋରଡା ପଂଚାୟତରେ ରଥ ପରିକ୍ରମା କରିବ । ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜିଠାରୁ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ।

ସୂଚନା ଅନୁସାରେ,ଶ୍ରୀଜଗନ୍ନାଥ ରଥ ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ, ଗୁଆ ସଂଗ୍ରହ କରିବ। ତେବେ ଶନିବାର ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଙ୍ଗ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ। ପିଇଓ ଓ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ।

ସେପଟେ  ଆସନ୍ତାକାଲି ଠାରୁ ପ୍ରତି ପଂଚାୟତରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପରେ ଭକ୍ତଙ୍କ ଠାରୁ ସଂଗୃହୀତ ଗୁଆ, ଚାଉଳ ଗୁଡ଼ିକୁ ମହାପ୍ରଭୁଙ୍କ କାର୍ଯ୍ୟରେ ବ୍ୟବହୃତ କରାଯିବ ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ଗୋଟିଏ ପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଅନ୍ୟପଟରେ ସମଙ୍ଗର ବିଶ୍ୱସ୍ତରୀୟ ପାର୍କିଂ ଓ ଓଡ଼ିଶାର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ଶ୍ରୀସେତୁ ମଧ୍ୟ ଲୋକାର୍ପିତ ହେବ ।

Leave A Reply

Your email address will not be published.