ସ୍ଥଗିତ ରହିଲା ଡ୍ରାଇଭର ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ଥଗିତ ରହିଲା ଡ୍ରାଇଭର ଆନ୍ଦୋଳନ| ଘଣ୍ଟେ ଦୁଇ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବେ ଡ୍ରାଇଭର । ସ୍ୱାଭାବିକ ହେବ ପରିବହନ ବ୍ୟବସ୍ଥା । ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା ପରେ ରାଜ୍ୟ ପରିବହନ କମିଶନର ଏହି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପାଖରେ ଡ୍ରାଇଭରମାନଙ୍କ ଥିବା ଦାବି ସରକାର ପୂରଣ କରିଥିବାରୁ ସେମାନେ ଆନ୍ଦୋଳନ ସ୍ଥଗିତ ରଖିଥିବା ପରିବହନ କମିଶନର କହିଛନ୍ତି ।ସେପଟେ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ବସ୍ ମାଲିକ ସଙ୍ଘର ସମର୍ଥନ ଜଣାଇଥିଲା । ଆନ୍ଦୋଳନ ପ୍ରତି ନୈତିକ ସମର୍ଥନ ଥିବା କହିଥିଲା ବସ୍ ମାଲିକ ସଙ୍ଘ । ଶନିବାର ସଂଧ୍ୟାରେ ବସ୍ ମାଲିକ ସଙ୍ଘ ବସ୍ ଚଳାଚଳ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଥିଲେ ।

ଅନ୍ୟପଟେ  ଲୋକେ ଆତଙ୍କିତ ଥିବା ଯୋଗୁଁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି। ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫ ପ୍ରତିଶତ କମିଛି। କାଲି ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା। ଆଜି ପାରାଦୀପ ଡିପୋରୁ ତେଲ ଲୋଡ଼ିଂ ସମ୍ପୂର୍ଣ୍ଣ ବନ୍ଦ ଅଛି। ଜଟଣୀ ଓ ବାଲେଶ୍ଵର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ।

Leave A Reply

Your email address will not be published.