ଅଯୋଧ୍ୟା ପବିତ୍ର ଅକ୍ଷତ କଳସ ଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଯୋଧ୍ୟା ପବିତ୍ର ଅକ୍ଷତ କଳସ ଯାତ୍ରା | କୋରାପୁଟ ଜିଲ୍ଲା ନିଲlବାଡି ପଂଚାୟତ ଅନ୍ତର୍ଗତ ଘୁମୁରା ଗ୍ରାମରୁ ଆଜି ବନ୍ଧୁଗାଁ ଖଣ୍ଡର 13 ଗୋଟି ପଞ୍ଚାୟତର ପ୍ରାୟ100 ଖଣ୍ଡ ବିଭିନ୍ନ ଗ୍ରାମର 700 ରୁ ଉର୍ଦ୍ଧ ଭକ୍ତ ମଣ୍ଡଳୀ ଆସି ଅଯୋଧ୍ୟା ରୁ ଆସିଥିବା ପବିତ୍ର ଅକ୍ଷତ କଳସୀ ଆସିଥିଲା |

ସେହି କଳସକୁ  ପାଳକ ଶ୍ରୀଯୁକ୍ତ ଶ୍ରୀନବାସ ପାଢ଼ୀ ଙ୍କ ଦ୍ବାରା ବିଧିବଦ୍ଧ ପୂଜାର୍ଚ୍ଚନା କରି ଭଜନ ସଂକୀର୍ତ୍ତନ ସହ କଳସ ଯାତ୍ରା କରି ନିଜ ନିଜ ପଞ୍ଚାୟତ ସ୍ତରକୁ ନେଇ ଯାଇଛନ୍ତି। ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ କୋରାପୁଟ ତଥା ରାୟଗଡ଼ା ଜିଲ୍ଳାର ବିଭିନ୍ନ ଧାର୍ମିକ ସେବା ସଂଗଠନର ପ୍ରମୁଖ ଯୋଗ ଦେଇଥିଲେ।

ଏହାକୁ ବନ୍ଧୁଗାଁ ବ୍ଲକ ର ହିନ୍ଦୁ ଜାଗରଣ ମଞ୍ଚ ତତତ୍ଵାବଧାନରେ ସମସ୍ତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ବନ୍ଧୁଗାଁ ବ୍ଲକ ସମିତି ର ସଦସ୍ୟ/ସଦସ୍ୟା ଙ୍କ ଦ୍ବାରା ପରିଚାଳନା କରାଯାଇ ଥିଲା।

Leave A Reply

Your email address will not be published.