ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ଉଦଘାଟିତ। ସର୍ବ ପୁରାତନ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟ ପରିସର ରେ ପ୍ଲାଟିନମ ଜୁବୁଲି ପାଳନ ର ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ, ପ୍ରଫେସର କିଶୋର କୁମାର ବାସା, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଗଣେଶ୍ୱର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ନଗେନ୍ଦ୍ର ବିଶ୍ଵାଳ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଭାଗିରଥି ପଲାଇ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଗୋପାଳ ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ସୂଚନା ସଭାପତି ଶ୍ରୀଯୁକ୍ତ ଦୁଃଶାସନ ରାଉତ ଦେଇଥିବା ବେଳେ ସ୍ଵାଗତ ଭାଷଣ ପ୍ରଫେସର ଅମିୟ କୁମାର ପଟ୍ଟନାୟକ ଦେଇଥିଲେ।

ସମ୍ପାଦକ କିଶୋର କୁମାର ମହାପାତ୍ର, ଓ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦ୍ମନାଭ ଦାସ ଉପସ୍ଥିତ ଥିଲେ। ଏହି ଅବସର ରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଟିତ ହୋଇ କୋଡ଼ିଏ ଜଣ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶେଷରେ ଧନ୍ୟବାଦ ପ୍ରାଧ୍ୟାପକ ବନମାଳୀ କୁଅଁ ର ଦେଇଥିଲେ। ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟ କର୍ମ ତିନି ଦିନ ଧରି ଅନୁଷ୍ଟିତ ହେବ। ରବିବାର ଦିନ ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣା ଯାଇଛି। ଏହି ଅବସର ରେ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନେ ଓ ବିଦ୍ୟାଳୟ ର ଅବସର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଛି |

Leave A Reply

Your email address will not be published.