ଭିଜିଲାନ୍ସ ଜାଲରେ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନଗଦ ଟଙ୍କା ସହ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ୍‌ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀ। ବାଇକରେ ୧.୫୩ ଲକ୍ଷ ଟଙ୍କା ନେଇ ଖାତିଗୁଡ଼ାରୁ ଜଗନ୍ନ‌ାଥପୁର ଆସୁଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି। ଏତେ ଟଙ୍କା କେଉଁଠୁ ଆସିଲା ଓ କିଏ ଦେଇଥିଲେ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ସେ ଦେଇପାରି ନଥିଲେ।

ଭିଜିଲାନ୍ସ ଜାଲରେ ଜଗନ୍ନାଥପୁର ବିଟ ର ଫରେଷ୍ଟ ଗାର୍ଡ | ଭିଜିଲାନ୍ସ ଜାଲରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ବିଟ ର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି l ସେ ନିଜ ବାଇକ ରେ ଏକ ଲକ୍ଷ ତେପନ ହଜାର (1,53,000) ଟଙ୍କା ନେଇ ଯାଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି l ଫରେଷ୍ଟ ଗାର୍ଡ ବିନାୟକ ଏକ ବ୍ୟାଗ ରେ ଟଙ୍କା ନେଇଁ ଯାଉଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ଖାତିଗୁଡ଼ା ନିକଟସ୍ଥ ଇନ୍ଦ୍ରାବତୀ ପୋଲ ନିକଟରେ ଅଟକ ରଖି ଯାଞ୍ଚ କରିଥିଲେ l

ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ଓ କିଏ ଦେଇଥିବା ପ୍ରଶ୍ନ ର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ, ତାଙ୍କୁ ସାଙ୍ଗରେ ଆଣି ନବରଂଗପୁର ଭିଜିଲାନ୍ସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ରଖାଯାଇ ଅଧିକ ତଦନ୍ତ କରୁଛନ୍ତି l ଅନ୍ୟପଟେ ନବରଂଗପୁର ସହରସ୍ଥିତ ରାଜୁ ସାହିରେ ଥିବା ତାଙ୍କ ଭଡା ଘରେ ମଧ୍ୟ ଚଢାଉ ଜାରି ରହିଛି l

Leave A Reply

Your email address will not be published.