କାଠ ବଜେଇ ଟ୍ରାକ୍ଟର ଧୋକାରେ ଦୁଇ ବାଇକ ଆରୋହୀ ମୃତ୍ୟୁ ଜଣେ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କାଠ ବଜେଇ ଟ୍ରାକ୍ଟର ଧୋକାରେ ଦୁଇ ବାଇକ ଆରୋହୀ ମୃତ୍ୟୁ ଜଣେ ଗୁରୁତର | ରାତ୍ରୀ କାଳରେ କାଠ ବାଝେଇ ଟ୍ରାକ୍ଟର କୁ ଧକା ଦେଇ ଦୁଇ ବାଇକ ଆରୋହୀ ମୃତ୍ୟୁ ଜଣେ ଗୁରୁତର କୋରାପୁଟ ଜିଲ୍ଲାର ପାଡୁଆ ଥାନା ଅନ୍ତରଗତ ପାନ୍ତଲ୍ଲୁଙ୍ଗ ଗ୍ରାମ ପଞ୍ଚାୟତ ର ହାଟଗୁଡ଼ା ହାଇ ସ୍କୁଲ ସମ୍ମୁଖରେ ଘଟଣା ଘଟିଛି l

କାଠ ବୋଝେଇ କରି ମୁଖ୍ୟ ରାସ୍ତା କୁ ଟ୍ରାକ୍ଟର ଯାଉଥିବା ସମୟରେ ମଟର ସାଇକେଲ ସହ ଧକା ହୋଇଥିଲା ଘଟଣା ସ୍ଥଳଳେ ମଟର ସାଇକେଲ ଆରୋହୀ ସୁଶାନ୍ତ ଗାଲୀ ଙ୍କ ମୃତ୍ଯୁ ହୋଇଥିବା ବେଳେ ପଛରେ ବସିଥିବା ଅନ୍ୟ ଦୁଇ ଜଣ ଙ୍କୁ ଗୁରୁତର ଅବସ୍ଥାରେ ଲମତାପୁଟ ଆଶାକିରଣ ମେଡିକାଲ ରେ ଭର୍ତି କରାଯଇଥିଲା l

ଚିକିତ୍ସାଧୀନ ଅବସ୍ଥାରେ ପ୍ରସାଦ ଖୁଡା ଙ୍କ ମୃତ୍ଯୁ ଘଟିଛି ଥିବା ବେଳେ ରାଜେଶ ତୈଶବ ଙ୍କ ଅବସ୍ଥା ଗୁରୁତର ରହିଛି l ଘଟଣା ଉତେଜନା ରହିଥିବା ବେଳେ ପାଡୁଅ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l ଅନ୍ୟପକ୍ଷରେ ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଛି l ଆଜି ସ୍ଥାନୀୟଅଧିବାସୀମାନେ ରାସ୍ତା ଅବରୋଧ କରିବା ପାଇଁ ନିଷ୍ପତ୍ତି ନେଲେ।

Leave A Reply

Your email address will not be published.