ଓଡ଼ିଆ ନ୍ୟୁଜ୍: ଚୀନ୍ ସହିତ ବ୍ୟବସାୟ ନେଇ ବଡ ‘ଡିଲ’ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ।ହୋଇଯାଇଛି। ଏହି ଡିଲ ମୁତାବକ ଚୀନ୍ ମ୍ୟାଗନେଟ୍ ସମେତ ଦୁର୍ଲଭ ଖଣିଜ ସମ୍ପଦ ଆମେରିକାକୁ ଯୋଗାଣ କରିବ। ଏହା ବଦଳେ ଆମେରିକା ଚୀନ୍ ନାଗରିକଙ୍କୁ ନିଜର କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିସନ ଦେବ। ଟାରିଫକୁ ନେଇ ପାଖାପାଖି ୨ ମାସ ଧରି ଗତିରୋଧ ଜାରି ରହିବା ପରେ ଟ୍ରମ୍ପ ଦୁଇ ଦେଶଙ୍କ ସମ୍ପର୍କକୁ ଉଲ୍ଲେଖନୀୟ ବୋଲି କହିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସାଲ’ରେ ଟ୍ରମ୍ପ କହିଛନ୍ତି ଯେ ଆମକୁ ମୋଟ ୫୫% ଟାରିଫ ମିଳୁଛି, ଅନ୍ୟପଟେ ଚୀନକୁ ୧୦% ଟାରିଫ ମିଳିବ। ଏହି ସମ୍ପର୍କ ବେଶ୍ ଉଲ୍ଲେଖନୀୟ।
ତେବେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଏହି ଡିଲକୁ ତାଙ୍କର ଓ ଚୀନ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଯାଇ ପକ୍କା ମନେ କରାଯିବ। ତେବେ ଏକ ଅନ୍ତର୍ଜାତୀୟ ମାନବାଧିକାର ସମୂହ ବୁଧବାର କହିଛି ଯେ ଅନେକ ବୈଶ୍ୱିକ ବ୍ରାଣ୍ଡ ସେହି କମ୍ପାନୀଙ୍କ ମଧ୍ୟରେ ସାମିଲ ଯେଉଁମାନେ ଚୀନ୍ ଯୋଗାଣ ଶୃଙ୍ଖଳା ମାଧ୍ୟମରେ ଜୋରଜବରଦସ୍ତ ଶ୍ରମର ଉପଯୋଗ ପାଇଁ ବାଧ୍ୟ।