ଆମେରିକା କିଣିବ ଭେଣ୍ଟିଲେଟର

0

କରୋନା ଭାଇରସ୍ ମୁକାବିଲା କରିବା ପାଇଁ ଆମେରିକା ରୁଷ୍ ଠାରୁ ଭେଣ୍ଟିଲେଟର ଏବଂ ଡାକ୍ତରୀ ସାମଗ୍ରୀ କିଣିବାକୁ ଆଗ୍ରହୀ ହୋଇଛି l
ମାର୍ଚ୍ଚ 30 ତାରିଖରେ ଉଭୟ ଦେଶର ରାଷ୍ଟ୍ରପତି ଫୋନ ଯୋଗେ ବାର୍ତ୍ତାଳାପ ପରେ ରୁଷ୍ ଠାରୁ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ଆମେରିକା ରାଜି ହୋଇଛି l ବୈଦେଶିକ ବିଭାଗର ମୁଖପତ୍ର ମୋର୍ଗାନ ଅର୍ଟ୍lଗସ୍ କହିଛନ୍ତି ସମସ୍ତଙ୍କ ଜୀବନ ପ୍ରତି ବିପଦର କାରଣ ପାଲଟିଥିବା ଶତ୍ରୁକୁ ପରାସ୍ତ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ l ସଂକଟ ସମୟରେ ଉଭୟ ଦେଶ ଉଭୟଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି l

ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଭେଣ୍ଟିଲେଟର ଏବଂ ଡାକ୍ତରୀ ସାମଗ୍ରୀ କିଣିବା ସଂକ୍ରମିତଙ୍କ କ୍ଷେତ୍ରରେ ବଡ ସାହାର୍ଯ୍ୟକରି ହେବ l

Leave A Reply

Your email address will not be published.