ସ୍ୱାସ୍ଥ୍ୟ ବିଭାଗର ସୂଚନା ; ଡିସଚାର୍ଜ ହେବେ ଦ୍ଵିତୀୟ କରୋନା ଆକ୍ରାନ୍ତ

0

ଭୁବନେଶ୍ବର ଏମ୍ସରୁ ଦ୍ଵିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହେବା ନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ l ଗତ 24 ଘଣ୍ଟା ମଧ୍ୟରେ ଦୁଇଥର ରକ୍ତ ନମୁନା ପରୀକ୍ଷା ହେବା ପରେ ରିପୋର୍ଟ ନେଗେଟିଭ୍ ଆସିଛି l ତେଣୁ ତାଙ୍କୁ ଯଥା ଶୀଘ୍ର ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ଗତ 19 ତାରିଖରେ ଯୁବକ ଜଣକ ଇଂଲଣ୍ଡରୁ ଫେରିବା ପରେ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ବୋଲି ଜଣା ପଡିଥିଲେ l ପରେ ତାଙ୍କୁ ଏମ୍ସ ଆଇସୋଲେସନ୍ ରେ ରଖାଯାଇଥିଲା l ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି l ଗତ 24 ଘଣ୍ଟା ମଧ୍ୟରେ ଦୁଇଥର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ତେବେ ଦୁଇଥର ନେଗେଟିଭ୍ ଆସିଛି l ତେଣୁ ତାଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରିଛି l

ପ୍ରକାଶ ଥାଉକି ରାଜ୍ୟରେ ପଞ୍ଚ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ଘଟଣା ଏହା ପ୍ରଥମ l

Leave A Reply

Your email address will not be published.