ବାଡିରୁ ପଣସ ଚୋରିକୁ କେନ୍ଦ୍ରକରି ବୃଦ୍ଧା ମା ଓ ପୁଅକୁ ମରଣାନ୍ତକ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଡିରୁ ପଣସ ଚୋରିକୁ କେନ୍ଦ୍ରକରି ବୃଦ୍ଧା ମା ଓ ପୁଅକୁ ମରଣାନ୍ତକ ଆକ୍ରମଣ | ଗଛରୁ ପଣଷ କାଟିନେଇଥିବା ଅଭିଯୋଗ କରି ବୃଦ୍ଧା ମା ଓ ପୁଅ କୁ ପଡୋଶୀ ଙ୍କ ମରଣାନ୍ତକ ଆକ୍ରମଣ ଗୁରୁତର ଅବସ୍ଥାରେ ଉଭୟ ମା-ପୁଅ ଡାକ୍ତରଖାନା ରେ ଭର୍ତ୍ତି ।

ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁ ର ଅକୃର ବେହେରାଙ୍କ ଗଛରୁ କେହି ପଣଷ କାଟି ନେଇଥିଲା। ତେବେ ଗତ କାଲି ସଂନ୍ଧ୍ଯା ରେ ଅକ୍ରୁର ନିଜର ପଡୋଷୀ ବୃଦ୍ଧା ଦେବକି ବେହେରା ଙ୍କୁ ପଣଷ କାଟିନେଇଥିବା ସନ୍ଦେହ କରି ଗାଳି ଗୁଲଜ କରିଥିଲେ। ସେହି ଘଟଣା କୁ କେନ୍ଦ୍ରକରି ଆଜି ପୁଣିଥରେ ଝଗଡା ହୋଇଥିଲା।

ଝଗଡା ସମୟରେ ଏକ ଠେଙ୍ଗାରେ ଅକୃର ଦେବକି ଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ, ଏହି ସମୟରେ ଦେବକୀ ଙ୍କ ପୁଅ ନବଘନ ବାହାରି ଆସି ପ୍ରତିବାଦ କରିବାରୁ ତାକୁ ମଧ୍ଯ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ ଅକୃର।ଉଭୟ ମା ଓ ପୁଅଙ୍କୁ ଗାଁ ଲୋକେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ପୋଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

Leave A Reply

Your email address will not be published.