ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ | କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ପଞ୍ଚାୟତ ଠାରେ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ଅନେକ ହଜାର କଂଗ୍ରେସ କର୍ମୀ ଯୋଗଦାନ ଦେଇଥିଲେ।
ଏହି ଅବସରରେ ୧୦୦ ରୁ ଊର୍ଦ୍ଧ୍ୱ କର୍ମୀ ଅନ୍ୟଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ସମାବେଶରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପ୍ରଦେଶ କଂଗ୍ରେସ କମିଟିର ପୁର୍ବତନ ସଭାପତି ଜୟଦେବ ଜେନା, କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଇଂ. ମନୋଜ କୁମାର ଜେନାଙ୍କ ସମେତ କଂଗ୍ରେସ ନେତା ଯସମନ୍ତ ଯୋଗ ଦେଇଥିଲେ |
ଏହା ସହ, ଆନନ୍ଦପୁର ଆନନ୍ଦପୁର ବ୍ଲକ୍ ସଭାପତି ବିଷ୍ଣୁପ୍ରସାଦ ସାହୁ ସାହୁ, ଆନନ୍ଦପୁର ମ୍ୟୁନିସିପାଲିଟି ପାଲିଟି ସଭାପତି ହାଡିବନ୍ଧୁ ଜିଲା ଉପ ସଭାପତି ନିକୁଞ୍ଜ ବିହାରୀ ମିଶ୍ର, ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଶ୍ରୀଧର ଦଳେଇ, ଜିଲା ସାଧାରଣ ସମ୍ପାଦକ ଆଲୋକ ଚରଣ ମିଶ୍ର ଅଭିନେତା ସୁମନ ପ୍ରମୁଖ ଯୋଗଦେଇ ଭ୍ରଷ୍ଟାଚାରୀ ବିଜେଡି ଓ ଭାଜପା ବିରୋଧରେ ସମସ୍ତ ଜନସାଧାରଙ୍କୁ ଉଦ୍ବୋଧନ ଦେବା ସହ କଂଗ୍ରେସର ଗ୍ୟାରେଣ୍ଟି ବିଷୟରେ ସଚେତନ କରିଥିଲେ ।