ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ଜଣ ନିଖୋଜ ଥିବା ବେଳେ ଜଣେ ସୁରକ୍ଷିତ ଉଦ୍ଧାର କରାଯାଇଛି । ହେଲିକପ୍ଟରରେ ୪ ଜଣ କ୍ରୁ ସଦସ୍ୟ ଥିଲେ।

ଯେଉଥିରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଜଣେ ଡାଇଭର ଅଛନ୍ତି। ଏମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୪ଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରାଯାଇଛି। କୋଷ୍ଟଗାର୍ଡର ଜଣେ ଅଧିକାରୀଙ୍କ କହିବା ମୁତାବକ, ଏହି ଧ୍ରୁବ ହେଲିକପ୍ଟରଟି ଗୁଜରାଟରେ ବନ୍ୟା ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟାରେ ନିୟୋଜିତ ଥିଲା।

ତେବେ ସୋମବାର ଏହା ରାତିରେ ୧୧ଟାରେ ପୋରବନ୍ଦର ନିକଟ ଆରବ ସାଗରରେ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ଏହାପରେ ଏଥିରେ ଦୁର୍ଘଟଣା ଘଟିଛି। ବିମାନର ଭଗ୍ନାବଶେଷ ମଧ୍ୟ ସେଠାରେ ପଡିଥିବା ଦେଖିବାକୁ ମିଳିଛି।

 

Leave A Reply

Your email address will not be published.