ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବା ବେଳେ ତାଙ୍କୁ କାହିଁକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତି ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଓଡ଼ିଶା ସୂଚନା ଅଧିକାର କର୍ମୀ । ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି, ଯାଜପୁର ଜିଲ୍ଲା ବିଛାଖଣ୍ଡି ପାହାଡରେ ୨ଶହ କୋଟି ଟଙ୍କାର କଳାପଥର ଲୁଟ ହୋଇଛି । ତକ୍ରାଳୀନ ଜିଲ୍ଲାପାଳ ରଞ୍ଜନ ଦାସ ଓ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ଭିଜିଲାନ୍ସ । ଖଣି ଲୁଟରେ ସମ୍ପୃକ୍ତ ଥିବା ରଞ୍ଜନ ଦାସ ଏବେ ଶ୍ରୀମନ୍ଦିରରେ କିଭଳି ସ୍ୱଚ୍ଛତା ରଖିବେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଯାହା ବିରୋଧରେ ଦୁର୍ନୀତି ପ୍ରମାଣିତ ହୋଇଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସରକାର ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି, ତାହା ଖୁସିର କଥା ବୋଲି କହିଛନ୍ତି ।

Leave A Reply

Your email address will not be published.