ପତାକା ନେଇଯିବାରୁ ରୁଷ ପ୍ରତିନିଧିଙ୍କୁ ଧକ୍କା ଓ ମୁଥ ମାରିଲେ ୟୁକ୍ରେନ ସାଂସଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତୁର୍କୀର ରାଜଧାନୀ ଅଙ୍କାରାରେ ଆୟୋଜିତ ସମ୍ମଳନୀରେ ପତାକା ନେଇଯିବାରୁ ରୁଷ ପ୍ରତିନିଧିଙ୍କୁ ଧକ୍କା ଓ ମୁଥ ମାରିଲେ ୟୁକ୍ରେନ ସାଂସଦ ।  ରୁଷ ଓ ୟୁକ୍ରେନ ମଧ୍ୟରେ ବର୍ଷେ ହେଲା ଯୁଦ୍ଧ ଚାଲିଥିବା ବେଳେ ଏହାର ଏକ ପ୍ରତିଫଳନ ତୁର୍କୀରେ ଦେଖିବାକୁ ମିଳିଛି । ତୁର୍କୀର ରାଜଧାନୀ ଅଙ୍କାରାରେ ଆୟୋଜିତ ଗୋଟିଏ ସମ୍ମଳନୀରେ ୟୁକ୍ରେନର ଜଣେ ସାଂସଦ ରୁଷ ପ୍ରତିନିଧିଙ୍କୁ ମୁଥ ଓ ଧକ୍କା ମାରିଛନ୍ତି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଗୁରୁବାର ତୁର୍କୀରେ ଆୟୋଜିତ ୬୧ତମ ବ୍ଲାକ ସି ଇକୋନୋମିକ କୋପରେସନ (PABSEC) ବୈଠକର ବେଳେ ପୂରା ଘଟଣା ଘଟିଥିଲା । ଏହାର ଭିଡିଓ ଜାସନ ଜୟ ସ୍ମାର୍ଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ୟୁକ୍ରେନ ସାଂସଦ ମାରିକୋଭସ୍କି ମଧ୍ୟ ଉକ୍ତ ଭିଡିଓକୁ ଫେସବୁକରେ ପୋଷ୍ଟ କରି ସମସ୍ତଙ୍କୁ ଅବଗତ କରାଇଛନ୍ତି ।

https://twitter.com/officejjsmart/status/1654169241237454876?s=20

ଭିଡିଓ ଅନୁସାରେ ଉକ୍ତ ବୈଠକ ପାଇଁ ଆସିଥିବା ୟୁକ୍ରେନ ସାଂସଦ ମାରିକୋଭସ୍କି ଦେଶର ପତାକା ଧରି ଫଟୋ ପାଇଁ ପୋଜ ଦେଉଥିଲେ । ଏହି ସମୟରେ ରୁଷର ଜଣେ ପ୍ରତିନିଧି ତାଙ୍କ ପାଖକୁ ଯିବା ସହ ତାଙ୍କ ହାତରୁ ବଳପୂର୍ବକ ୟୁକ୍ରେନ ପତାକାକୁ ଭିଡ଼ି ଆଣିଥିଲେ । ଏଥିରେ ମାରିକୋଭସ୍କି ରାଗି ଯାଇ ତାଙ୍କୁ ଧକ୍କା ଓ ମୁଥ ମାରିଥିଲେ । ସେଠାରେ ଉପସ୍ଥିତି ଅଧିକାରୀମାନେ କିଛି ବୁଝି ପାରି ନଥିଲେ ମଧ୍ୟ ଦୁଇ ଜଣଙ୍କୁ ମାରପିଟ୍‌ କରିବାକୁ ରୋକି ଥିଲେ। ସର୍ବସମ୍ମୁଖରେ ଓ କ୍ୟାମେରା ସାମ୍ନାକରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।  ଗତବର୍ଷ ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲଛି । ନିକଟରେ ୟୁକ୍ରେନ ଡ୍ରୋନ ପଠାଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ମସ୍କୋ ଦାବି କରିଥିଲା। ଏହାପରେ ୟୁକ୍ରେନ ବିରୋଧରେ ରୁଷ  ଜୋରଦାର କରିଛି ଆକ୍ରମଣକୁ ।

Leave A Reply

Your email address will not be published.