ଆନନ୍ଦପୁର ଡବଲ୍ ମର୍ଡର ଘଟଣା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏକ ଲୋମହର୍ଷଣକାରୀ ତବଲ ମଡର୍ର ଘଟଣାରେ ହତ୍ଯା କାରୀ ଯୁବକକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ା

ଏଥିସହ ଏହି ମାମଲାରେ ଦଫା ୩୭୮ ରେ ଦୁଇବର୍ଷ ଜେଲ ଦଣ୍ଡ ସହ ୩ହଜାର ଟଙ୍କା ଜରିମାନା, ଦଫା ୪୩୬ରେ ୬ମାସ ଜେଲ୍ ସହ ୧୦ହଜାର ଜରିମାନା ଓ ଦଫା ୪୬୧ ରେ ଏକ ବର୍ଷ ଜେଲ୍ ସହ ଏକ ହଜାର ଜରିମାନା ର ରାୟ ପ୍ରକାଶ ପାଇଛି ା ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୯ ତାରିଖ ରାତିରେ ନନ୍ଦିପଦା ଥାନା କଳିଗାଁ ଠାରେ ଏକ ପରିତକ୍ଯା ଅଙ୍ଗନବାଡି କେନ୍ଦ୍ର କୁ ଲାଗି ପଲାମାରି ରହୁଥିବା ମା ପୁଅ ଜଞ୍ଜାଳୀ ଜେନା ଓ ବନମାଳୀ ଜେନା ଙ୍କ ଘରେ ପଶି ଯୋର ଜବରଦସ୍ତ ଟଙ୍କା ମାଗିଥଲା ଅଭିଯୁକ୍ତ ଦେବାଶିଷ ା ଟଙ୍କା ନଦେବାରୁ ଯୁକ୍ତିଯୁକ୍ତ ହୋଇଥିଲା ା

ହଠାତ୍ ଉତ୍କ୍ଷିପ୍ତ ହୋଇ ଏକ ବାଉଁଶ ରେ ପିଟିପିଟି ଉଭୟ ମା ଓ ପୁଅଙ୍କୁ ହେତ୍ଯା କରିଥିଲା ଦେବାଶିଷ ା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଉଭୟ ଙ୍କ ମୃତଦେହ ଘରେ ଥିବା ସମୟରେ ଘରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ସହ ଘରେ ଥିବା ଟଙ୍କା ନେଇ ଫେରାର ହୋଇଖିଲା ହତ୍ଯାକାରୀ ଦେବାଶିଷ ା

Leave A Reply

Your email address will not be published.