ଡିଭାଇଡର ଡେଇଁ ଧକ୍କା ମାରିଲା କାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟଣ୍ଟୋ ନିକଟରେ ଏକ କାର ଧକ୍କାରେ ଜଣେ ଶିଶୁ ସମେତ ୨ ଗୁରୁତର | ଆଜି ପ୍ରାୟ ମଧ୍ୟାହ୍ନ ସମୟରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ୱର୍ ଜାତୀୟ ରାଜପଥର ଟଣ୍ଟୋ ନିକଟରେ ଏକ କାର ଧକ୍କାରେ ଜଣେ ଶିଶୁ ସମେତ ୨ଜଣ ଗୁରୁତର ହୋଇଥିବା ଜଣା ପଡିଛି।

ସୂଚନାନୁସାରେ ଏକ ବାଇକରେ ଦୁଇଜଣ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଏକ କାର ଦୃତ ଗତିରେ ଆସି ଡିଭାଇଡର ଡେଇଁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ଦୁହେଁ ଛିଟିକି ପଡିଥିଲେ। ଏଥିରେ ବାଇକରେ ଥିବା ଶିଶୁ ସମେତ ଚାଳକ ମଧ୍ୟ ଗୁରୁତର ହୋଇଥିଲେ।

ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ସେଠାରୁ ଉଦ୍ଧାର କରି ବଡବିଲ ମେଡିକାଲ ପହଞ୍ଚାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.