ଆଜି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା। ଘରେ ଘରେ ପ୍ରତ୍ୟକ ହିନ୍ଦୁ ମାନଙ୍କ ଆରାଧ୍ୟ ସୂର୍ଯ୍ୟ ଭଗବାନଙ୍କ ପୂଜା ଅନୁଷ୍ଠିତ ହେଉଛି। ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ। ସୂର୍ଯ୍ୟ ଉପାସକମାନେ ଭୋରୁ ଭୋରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀର ଦାନ ଦେବା ସହ ସହ ପୂଜାର୍ଚ୍ଚନା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଦ୍ଵାପର ଯୁଗରେ କୃଷ୍ଣଣାଙ୍କ ପୁତ୍ର ଶାମ୍ବ ନିଜ ପିତାଙ୍କ ଶ୍ରାପ ଜନିତ ବ୍ୟାଧିରୂ ମୁକ୍ତି ପାଇଁ ତତ୍କାଳୀନ ମୈତ୍ରେୟ ମୁନୀଙ୍କ ଆଶ୍ରମ ମାୟୀତ୍ରାକ୍ଷ ବନରେ ସୂର୍ଯ୍ୟ ଉପାସନା କରି ଆଜିର ପବିତ୍ର ଦିନରେ ଚନ୍ଦର୍ଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ଭାଗବାନଙ୍କ ମଣି ବିଗ୍ରାହ ମୂର୍ତ୍ତି ପ୍ରାପ୍ତ ହେବା ସହ ବ୍ୟାଧି ମୁକ୍ତ ହୋଇଥିଲେ। ତେଣୁ ଏହ ପବିତ୍ର ଦିନରେ ହିନ୍ଦୁଧର୍ମାଲମ୍ବୀ ମହିଳା ମାନେ ନିଜ ପରିବାରକୁ ରୋଗ ମୁକ୍ତ କରିବା ପାଇଁ ପ୍ରତ୍ୟୁଷରେ ସୁର୍ଜ୍ୟପୂଜା କରି ପୋଡା, କାକରା ପିଠା ଲାଗି କରିଛନ୍ତି ।

ତେଣୁ ଏହ ପବିତ୍ର ଦିନରେ  ହିନ୍ଦୁଧର୍ମାଲମ୍ବୀ ମହିଳା ମାନେ ନିଜ ପରିବାରକୁ ରୋଗ ମୁକ୍ତ କରିବା ପାଇଁ ପ୍ରତ୍ୟୁଷରେ ସୁର୍ଜ୍ୟପୂଜା କରି ପୋଡା, କାକରା ପିଠା ଲାଗି କରିଥାନ୍ତି।  ଏହି ପବିତ୍ର ଦିନରେକୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଏଥିପାଇଁ ପାଞ୍ଚଦିନନ ବ୍ୟାପୀ ସୌର ମାହାଯଜ୍ଞ ଅନୁଷ୍ଠିତ ହେବା ସହ ଚଳିତ ବର୍ଷ ସୂର୍ଯ୍ୟ ଭଗବାନଙ୍କ ଧାତବ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ପରମ୍ପରାଅନୁଯାୟୀ ଆଜି ସକାଳୁ ହୋମ ଓ ସ୍ଵତନ୍ତ୍ର ନୀତି ସମ୍ପର୍ଣ୍ଣ କରାଯାଇଛି । କଳସ ସ୍ଥାପନପରେ ସୂର୍ଯ୍ୟ ବିଗ୍ରହ ଙ୍କୁ ରଥାରୂଢ କରାଜୀବ। ରଥ ଉପରେ କାକରା ,୧୦୮ ବରା ଓ ପୋଡପିଠାଲାଗି ପରେ ମଠ ମହନ୍ତ ଛେରା ପହରା କରିବା ପରେ ସକାଳ 9ଟା ପରେ ରଥ ଟଣା ଅନୁଷ୍ଠିତ ହେବ।

Comments are closed.