ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତରଓଡ଼ିଶାର ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି। ତାପମାତ୍ରା ସେଭଳି କମି ନ ଥିଲେ ମଧ୍ୟ ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବ।

ଦୃଶ୍ୟମାନର ଦୂରତା ୨୦୦ ମିଟର ତଳକୁ ଖସି ଆସିବ। ତାହାକୁ ନଜରରେ ରଖି ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ତିନିଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏଥିପାଇଁ ସତର୍କ କରାଇଛି ପାଣିପାଗ ବିଭାଗ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେବ ବୋଲି ବିଭାଗ ପୂର୍ବାନୁମାନ କରିଛି । ୨୦ରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୨୧ ଓ ୨୨ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ହୋଇପାରେ ।

ଢେଙ୍କାନାଳ, ଗୋପାଳପୁର, ବଲାଙ୍ଗୀର, ନୟାଗଡ଼ ଓ କଟକରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା‌ ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ପାରାଦୀପ, ପୁରୀ, କେନ୍ଦୁଝର, ଭବାନୀପାଟଣା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଦୃଶ୍ୟମାନ ଦୂରତା ୨୦୦ରୁ ୧୦୦୦ ମିଟର ମଧ୍ୟରେ ଥିଲା। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୪ ମିମି ରହିଥିଲା। ମୟୂରଭଞ୍ଜ ଜିଲ୍ଲା ଜାମଦାରେ ୩୨ ମିମି ବର୍ଷା ହୋଇଥିବା ବେଳେ ସାରସକଣାରେ ୧୬, ଯଶିପୁରରେ ୧୨.୮, ତିରିଙ୍ଗରେ ୧୧.୪, ସୁଳିଆପଦାରେ ୮, ବାରିପଦାରେ ୬.୮, ଉଦଳାରେ ୬, କେନ୍ଦୁଝର ଯୋଡ଼ାରେ ୨୭.୨, ରାଉରକେଲାରେ ୧୦.୨, ତାଳଚେରରେ ୭ ମିମି ବର୍ଷା ହୋଇଛି।

Leave A Reply

Your email address will not be published.