ପୁଣି ମନ୍ଦିରରୁ ଚୋରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ମନ୍ଦିରରୁ ଚୋରି | ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପୁଣି ମନ୍ଦିରରୁ ଚୋରି।ପୁଣି ମାତିଲେ ମନ୍ଦିର ଚୋର।ପୋଲିସ ଆଖିରେ ଧୁଳିଦେଇ ବାରମ୍ବାର ମନ୍ଦିର ମାନଙ୍କରୁ ଠାକୁରଙ୍କ ଗହଣା ଚୋରି କରୁଛନ୍ତି ଦୁର୍ବୃତ୍ତମାନେ।

ଗତ କିଛିଦିନ ପୂର୍ବରୁ ଦୁଇ ତିନିଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ଚୋରି ହୋଇଥିବା ବେଳେ ପୁଣି ଗତକାଲି ବିଳମ୍ବିତ ରାତିରେ ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମର ପ୍ରସିଦ୍ଧ ଦେବୀ ପୀଠ ମା ଦାଣ୍ଡ ଖେଡେଇ ଙ୍କ ମନ୍ଦିର ରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଆଜି ସୋର ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାଇ ମନ୍ଦିରରୁ ଗୋଟିଏ ସୁନା ଲକେଟ୍, ୨ଟା ରୂପା ମୁକୁଟ,୭ ଟି ସୁନା ଚିତା ଚୋରି ହୋଇଛି ।ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଇଛି। ଆଜି ସକାଳେ ଗ୍ରାମବାସୀ ମାନେ ଏ ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୂଳେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.