ଏକ ତରଫା ପ୍ରେମ କରି  ପ୍ରେମିକାର  ମାକୁ ହତ୍ୟା କଲା  ହତାଶ ପ୍ରେମିକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏକ ତରଫା ପ୍ରେମ କରି  ପ୍ରେମିକାର  ମାକୁ ହତ୍ୟା କଲା  ହତାଶ ପ୍ରେମିକ | କଟକ ୫୪ ନମ୍ବର ୱାର୍ଡ  ନେହୁରପଲ୍ଲୀ ଦେବେନ୍ଦ୍ର ନଗର ରେ ଘଟିଛି  ହତ୍ୟାକାଣ୍ଡ  |

ପୂର୍ବ ଘଟଣା  କୁ ନେଇ   ସୁରେଶ ସାହୁ ଙ୍କ ପତ୍ନୀ  ଭାରତୀ  ଘରେ ଏକା ଥିବା ବେଳେ ମୁନା ଭୂୟାଁ ଛୁରୀ ମାରି ହତ୍ୟା କରିଛି | ଭାରତୀ ସାହୁ ଙ୍କର ପରିବାର ଚାରୋଟି ଝିଅ -ବଡ଼ ଝିଅ କୁ ଏକ ତରଫା ପ୍ରେମ ନିବେଦନ କରୁଥିଲା  ସାହିର  ମୁନ୍ନା ଭୁୟାଁ | ଅତୀତରେ  ବଡ଼  ଝିଅକୁ  ଦୁର୍ବ୍ୟବହାର କରିବା ଘଟଣା ରେ ପୂର୍ବରୁ  ଜେଲ ଯାଇଥିଲା ମୁନ୍ନା  |

ରାଗ ଜର୍ଜରିତ ମୁନା ସୁରେଶ ଙ୍କ   ଅନୁପସ୍ଥିତି ରେ ବଡ଼ ଝିଅକୁ ଟଣା ଓଟରା କରିବା ସମୟରେ  ମା ଭାରତୀ ପ୍ରତିବାଦ କରିଥିଲେ |ଏନେଇ କ୍ଷୁବ୍ଧ ହୋଇ ମୁନା   ଭରତୀଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲା |   ଖବର ପାଇ ଘଟଣା ସ୍ଥଳରେ  ସି ଆର ଆର ଥାନା ପୋଲିସ ପହଞ୍ଚି  ଅଭିଯୁକ୍ତ କୁ ଜଙ୍ଗଲ  ମଧ୍ୟରେ ଖୋଜାଖୋଜି କରୁଥିବା ବେଳେ ଭାରତୀଙ୍କ ଶବ ଠାବ  କରି SCB  ମେଡିକାଲ  କୁ ପଠାଇବା ସହିତ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି ଜୋନ  -୬-SP  କୃଷ୍ଣଚନ୍ଦ୍ର ସେଠି |

Leave A Reply

Your email address will not be published.