ନରସିଂହପୁର ସରକାରୀ ମେଡିକାଲ ରେ ମିଳୁଛି ଏକ୍ସପ୍ୟାରୀ ମେଡ଼ିସିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନରସିଂହପୁର ସରକାରୀ ମେଡିକାଲରେ ମିଳୁଛି ଏକ୍ସପ୍ୟାରୀ ମେଡ଼ିସିନ | ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିସି ଜରିଆରେ ନରସିଂହ ପୁର ମେଡିକାଲ କୁ ଆମ ହସ୍ପିଟାଲରେ ପରିଣତ କରିଛନ୍ତି।

ନରସିଂହପୁର ମେଡିକାଲ ପୁରା ସଜେଇ ହୋଇଥିଲା ରଙ୍ଗୀନ ଆଲୋକରେ ।ହେଲେ ଦିନ କେତେଟା ଯାଇଛି କି ନାହିଁ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମିଳୁଛି ଏକ୍ସପ୍ୟାରୀ ମେଡ଼ିସିନ। ମେଡିକାଲ ରେ ରୋଗୀ ଙ୍କୁ ଏକ୍ସପ୍ୟାରୀ ମେଡ଼ିସିନ ଦେଇ ଥିବା ରୋଗୀ ଅଭିଯୋଗ ଆଣିଛନ୍ତି। ତେବେ ଆଜି ନରସିଂହପୁର ମେଡିକାଲ ରେ ନିରାମୟ କେନ୍ଦ୍ର ରେ ଫାର୍ମାସିଷ୍ଟ ମେଡିସିନ ଦେବା ପରେ ଅସନ୍ତୋଷ ତେଜିଛି।

ତେବେ ନରସିଂହପୁର ଠେଙ୍ଗାପଲ୍ଲୀ ଗାଁର କୃଷ୍ଣଚନ୍ଦ୍ର ମିଶ୍ର ନରସିଂହପୁର ମେଡିକାଲ ରେ ଡାକ୍ତର ପରାମର୍ଶ ପରେ ନିରାମୟ କେନ୍ଦ୍ର ରୁ ମାଗଣା ମେଡ଼ିସିନ ନେଇଥିଲେ। ହେଲେ ସେଥିରେ ଏକ ମେଡ଼ିସିନ ର ଏକ୍ସପ୍ୟାରୀ ଡେଟ ଚାଲି ଯାଇଥିଲା। ତେବେ ସାଧାରଣ ଲୋକଙ୍କୁ ସରକାରୀ ମେଡିକାଲ ରେ ଏହିଭଳି ଭୁଲ ମେଡ଼ିସିନ ଦେବାକୁ ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.