କୋରାପୁଟ ଜିଲ୍ଲାର ପଂଚାୟତ ରାଜ ଦିବସରେ ଜୟପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ିରେ ଦୁଇ ଫାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲାର ପଂଚାୟତ ରାଜ ଦିବସରେ ଜୟପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ିରେ ଦୁଇ ଫାଳ। ପ୍ରବାଦ ପୁରୁଷ ଓଡ଼ିଶାର ଜନନାୟକ ସ୍ବର୍ଗତ ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଓ ପଂଚାୟତ ରାଜ ଦିବସ ଅବସରରେ ଜୟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ର ଦୁଇ ଫାଳ। ଗୋଟିଏ ସଂଗଠନ କିନ୍ତୁ ଦଳ ଦୁଇଗୋଟି ଗୋଟିଏ ଦଳ ପକ୍ଷରୁ ବିଜେଡି ରାଜ୍ୟ ସଂପାଦକ ଶ୍ରୀ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ଜୟପୁର ବିଧାୟକ ଆଶାୟୀ ପ୍ରାର୍ଥୀ ସୁବାଷ ରାଉତଙ୍କ ଦ୍ଵାରା ଆୟୋଜିତ ଏକ ବିଶାଳ ପଦଯାତ୍ରାରେ ବିଜେଡିର ବରିଷ୍ଠ ନେତା ରମାକାନ୍ତ ରାଉଳଙ୍କ ସହ ବିଜେଡିର ବହୁ ନେତା ଓ ନେତ୍ରୀ ଏବଂ ୧୦ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଯୋଗଦେଇଥିଲେ। ପଦଯାତ୍ରା ସ୍ଥାନୀୟ ରଘୁନାଥ ମନ୍ଦିର ନିକଟରୁ ବାହାରି ମୁଖ୍ୟ ଟ୍ରାଫିକ ଛକ ଦେଇ ଦଶହରା ପଡ଼ିଆ ଠାରେ ପହଞ୍ଚିଥିଲା।

ଏହି ପଦଯାତ୍ରା ରେ ବିଜେଡି ର ଚାଣକ୍ୟ କୁହାଯାଉଥିବା ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଆସନ୍ତା ସାଧାରଣ ନିର୍ବାଚନ‌ରେ ଜୟପୁର ବିଧାୟକ ପାର୍ଥି ପାଇଁ ଦଳ ନୂଆଁ ଚେହେରାକୁ ସୁଯୋଗ ଦେବ ବୋଲି ସବୁଜ ସଂକେତ ଦେଇଥିବା ବେଳେ ବରିଷ୍ଠ ବିଜେଡି ନେତା ରମାକାନ୍ତ ରାଉଳ ମଧ୍ୟ ସେହି କଥା ହିଁ ଦୋହରାଇଛନ୍ତି। ବିଜେଡି ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ସୁବାଷ ରାଉତ,ମହିଳା ନେତ୍ରୀ ବିନ୍ଦୁ ରାଣୀ ମିଶ୍ର, ମୁନା ରଥ ପ୍ରମୁଖଙ୍କ ତାଲିକା ରହିଛି। ଠିକ୍ ଏହି କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ସ-୩:୩୦ ମି ରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ବରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତି ଏବଂ ପଞ୍ଚାୟତ ରାଜ ଦିବସରେ ସ୍ଥାନୀୟ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ଏକ ସଭା କାର୍ଯ୍ୟ ର ଆୟୋଜନ ହୋଇଥିଲା। ସଭା ପ୍ରାରମ୍ଭ ରେ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ସଭାରେ ଜୟପୁର ବିଜେଡି ର ଆଗ ଧାଡ଼ିର ନେତ୍ରୀ ଡ. ଇନ୍ଦିରା ନନ୍ଦ,ନାଗ ରାଜୁ ଦୋରା,ବିଷ୍ଣୁ ପାତ୍ର,ଗଣେଶ ପାଢୀ,ଦୁର୍ଗା ମିଶ୍ର, ଧନ ଖରା, ସନ୍ତୋଷ ମିଶ୍ର, ମହେନ୍ଦ୍ର ଅଧିକାରୀ,ଡ. ଗାୟତ୍ରୀ ଦେବୀ ଜିଲ୍ଲା ପରିଷଦ ସଦସ୍ୟା ତପ୍ତି ପଟ୍ଟନାୟକ, ଶିବ ପଟ୍ଟନାୟକ ପ୍ରମୁଖ ନେତାମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁବାବୁଙ୍କର ଜିବନ ଗାଥା ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭା ଶେଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା, କଂଗ୍ରେସ ଦଳ ଛାଡି ଆସିଥିବା ପ୍ରମୁଖ ନେତାମାନଙ୍କୁ ଶ୍ରୀ ନନ୍ଦ ବିଜେଡି ପକ୍ଷରୁ ଉତ୍ତୋରୀୟ ଦେଇ ସ୍ବାଗତ କରିଥିଲେ। ଆଜି ଗୋଟିଏ ଦିନରେ ଗୋଟିଏ ନିର୍ବାଚନ ମଣ୍ଡଳୀର ଗୋଟିଏ ଦଳର ଦୁଇଟି କାର୍ଯ୍ୟକ୍ରମକୁ ନେଇ ସାଧାରଣ ରେ ଚର୍ଚ୍ଚା ଯୋର୍ ହେଉଛି ବିଜେଡି ର ଦଳୀୟ କନ୍ଦଳ ଆଜି ସାରା ଓଡ଼ିଶା ଦେଖିଛି।

Leave A Reply

Your email address will not be published.