ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ବ୍ଲକ ଅଧ୍ୟକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ବ୍ଲକ ଅଧ୍ୟକ୍ଷା ବ୍ଲକ ଉପାଧ୍ୟକ୍ଷ ଓ ସରପଞ୍ଚ | କିଛି ଦିନ ପୂର୍ବରୁ କରଞ୍ଜିଆ ବ୍ଲକର ଅଧ୍ଯକ୍ଷ ସୁଭଦ୍ରା ମାର୍ଣ୍ଡି , ବ୍ଲକର ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ବିରୋଧରେ ଲିଖିତ ଅଭିଯୋଗ ପଠାଇଥିବା ତାସହିତ ବିକାଶ କାର୍ଯ୍ୟରେ ମନ୍ତ୍ରୀ ବାସନ୍ତୀ ଶତକଡା ୧୫ ଭାଗ ପିସି ନେଉଥ‌ିବାର ସେମାନେ ଅଭିଯୋଗ କରିଛନ୍ତି |

ଜନ ସାଧାରଣ ଏବଂ ବିଜଡି କର୍ମୀମାନଙ୍କର ଅଭିଯୋଗ ମନ୍ତ୍ରୀ ବାସନ୍ତୀ ଶୁଣନ୍ତି ନାହିଁ ଏବଂ ସମସ୍ୟାଗୁଡ଼ିକର ସମାଧାନ କରିବାରେ ବିଫଳ ହୋଇଥିବାର ସେମାନେ ଅଭିଯୋଗ କରିଥିବା ନେଇ ଏକ ଦୌନିକ ଖବର କାଗଜ ରେ ପ୍ରସାରିତ ହୋଇଥିଲା ଯାହାକୁ ଖଣ୍ଡନ କରିଛନ୍ତି ବ୍ଲକ ଅଧ୍ୟକ୍ଷା ଉପାଧ୍ୟକ୍ଷା ଏବଂ ସରପଞ୍ଚ |

ତେବେ ଆଜି ପ୍ରାୟ ୧ ଘଟିକା ସମୟରେ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି ଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କ ନାମରେ ଖବର କାଗଜ ରେ ପ୍ରସାରିତ ହୋଇଥିବା କୁ ଖଣ୍ଡନ କରିବା ସହିତ ବ୍ଲକ ଅଧ୍ୟକ୍ଷା ଉପାଧ୍ୟକ୍ଷ ଏବଂ ସରପଞ୍ଚ ନିଜ ପ୍ରତିକ୍ରିୟା ରଖିଛନ୍ତି |

Leave A Reply

Your email address will not be published.