ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ସିଆରପିଙ୍କ ନିଯୁକ୍ତି ବିରୁଦ୍ଧରେ ଏସଏଚଜି ମହିଳାଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର | ନୂତନ ସିଆରପି ନିଯୁକ୍ତିକୁ ବିରୋଧ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ନାଫ୍ରି ପଞ୍ଚାୟତର ମା କାଲାପାଟ ସ୍ବୟଂ ସହାୟକ ଗୋଷ୍ଠୀ ସିଆରପି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ପୁନଃ ନିଯୁକ୍ତିକୁ ବିରୋଧ କରିଛନ୍ତି। ପୁରୁଣା ସିଆରପିଙ୍କୁ ପୂର୍ବରୁ ବହିଷ୍କାର କରାଯାଇଥିବା ବେଳେ ପୁନଶ୍ଚ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ହେଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି।
ଏନେଇ ପୂର୍ବରୁ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ସୁଦ୍ଧା କୋଣସି ପଦକ୍ଷେପ ଗ୍ରହଣ କରାନଯିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।