ପୁଣି ବୋରୱେଲ ଟ୍ରାଜେଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ବୋରୱେଲ ଟ୍ରାଜେଡି । ୪୦ ଫୁଟ୍‌ ବୋରୱେଲ ଭିତରେ ପଡ଼ିଲା ୬ ବର୍ଷର ଶିଶୁ । ଏକ ୬୦ ଫୁଟ୍‌ ତଳର ବୋର୍‌ୱେଲ୍‌ ଭିତରେ ୧୮ ଘଣ୍ଟା ହେଲା ପଶିରହିଛି ୬ ବର୍ଷୀୟ କୁନି ପୁଅ। ମୟଙ୍କ ନାମକ ଏହି କୁନି ପୁଅଟିକୁ ବଞ୍ଚାଇବା ପାଇଁ ଲଗାତାର‌ ଚେଷ୍ଟା ଜାରି ରହିଛି। ଏବେ ସୁଦ୍ଧା ୬୦ ଫୁଟ୍‌ର ବୋରୱେଲ୍‌ରୁ ଖୋଳା ସରିଲାଣି। ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବାବେଳେ ଏବେ ବି ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଇପାରିନାହିଁ ।

୪୦ ଫୁଟ୍‌ ବୋରୱେଲରେ ଫସିଥିବା ୬ ବର୍ଷର ଶିଶୁର ନାଁ ହେଉଛି ମୟଙ୍କ। ତେବେ ମୟଙ୍କଙ୍କୁ ବୋରୱେଲରୁ ଉଦ୍ଧାର କରିବା ପାଇଁ ଏବେ ଆଠଟି ଖନନକାରୀ ମେସିନ୍‌ ନିୟୋଜିତ ହୋଇଛି ।ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଗତ ଶୁକ୍ରବାର ଦିନ ୩ଟାରେ ଉତ୍ତରପ୍ରଦେଶର ମାଣିକ ଗାଁରେ ଘଟିଛି । ମୟଙ୍କ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ସେଠାରେ ଥିବା ଏକ ଖୋଲା ବୋରୱେଲ ମଧ୍ୟରେ ପଡ଼ିଯାଇଥିଲେ । ତାଙ୍କ ସାଙ୍ଗମାନେ ମୟଙ୍କକୁ ବୋରୱେଲ ମଧ୍ୟରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଧିରେ ତଳକୁ ଯାଇ ପ୍ରାୟ ୪୦ ଫୁଟ୍‌ ଗଭୀରରେ ଫସିଯାଇଥିଲେ।

ମୟଙ୍କଙ୍କ ପରିବାର ଲୋକଙ୍କୁ ତା’ର ସାଙ୍ଗମାନେ ଏହି ଘଟଣା ସର୍ମ୍ପକରେ କହିଥିଲେ । ଏହାପରେ ତାଙ୍କ ପରିବାର ଲୋକ ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ SDERFର ଏକ ଟିମ୍‌ ଯାଇ ଶିଶୁକୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍‌ ଜାରି ରଖିଛି ବୋଲି କହିଛନ୍ତି ରେଓ ଜିଲ୍ଲାପାଳ ପ୍ରତିଭା ପାଲ୍‌ ।

Leave A Reply

Your email address will not be published.