ସପିଂ ମଲ୍‌ ଭିତରେ ଫୁଟିଲା ଗୁଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସପିଂ ମଲ୍‌ ଭିତରେ ଫୁଟିଲା ଗୁଳି। ଅଷ୍ଟ୍ରେଲିଆର ସିଡନୀ ସହରର ଏକ ବଡ ସପିଂ କମ୍ପ୍ଲେକ୍ସରେ ଛୁରାମାଡ଼ର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଆକ୍ରମଣକାରୀ ଅନେକ ଲୋକଙ୍କୁ ଛୁରୀରେ ଆକ୍ରମଣ କରିଥିଲା ବୋଲି କୁହାଯାଉଛି। ପୁଲିସର ସୂଚନାନୁସାରେ ଏହି ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ସହ ପୁଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହୋଇଛି।

ସୂଚନା ମୁତାବକ,  ଶୁକ୍ରବାର ଓ୍ୱେଷ୍ଟଫିଲ୍ମ ବୋନି ଜଙ୍କସନ ସପିଂ ସେଣ୍ଟରରେ ଏହି ଘଟଣା ଘଟିଛି। ଏଠାରେ ଜଣେ ଦୁର୍ବୃତ୍ତ ସପିଂ ମଲରେ ଥିବା ଲୋକଙ୍କ ଉପରୁ ଛୁରା ମାଡ କରିଥିଲେ। ଏଥିରେ ଜଣେ ମହିଳା ଓ ତାଙ୍କର ଦୁଇଟି ଛୁଆ ଓ ଜଣେ ଦୋକାନୀଙ୍କ ସମେତ ଅନ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ତେବେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳିରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି।

ଏହି ଘଟଣା ପରେ ପୁଲିସକୁ ସୂଚନା ଦିଆଯିବାରୁ ୱେଷ୍ଟଫିଲ୍ଡ ବୋନି ଜଙ୍କସନରେ ପହଞ୍ଚିଥିଲା ପୁଲିସ। ଏଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଲୋକଙ୍କୁ ଆକ୍ରମଣ କରୁଥିବା ଦେଖି ପୁଲିସ ତା’ ଉପରକୁ ଗୁଳି ଚଳାଇଥିଲା। ଏହା ପରେ ଅଭିଯୁକ୍ତର ମୃତ୍ୟୁ ହେବାରୁ ଡାକ୍ତରୀ ଟିମ୍ ପହଞ୍ଚି ଆହତଙ୍କ ଚିକିତ୍ସ‌ା କରିଥିଲେ। ଏବେ ପର୍ଯ୍ୟନ୍ତ ୫ଜଣକ ମୃତ୍ୟୁ ହୋଇ ସାରିଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।

Leave A Reply

Your email address will not be published.