ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ବିରୋଧ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ବିଜେପି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ସୋର ବିଜେପି ପକ୍ଷରୁ ଘୋର ବିରୋଧ କରାଯିବା ଫଳରେ ସେଠାରୁ ସେ ଫେରିଯାଇଥିବା ଜଣାପଡିଛି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ଧାମନଗରର ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା।

ପ୍ରାର୍ଥୀ ଘୋଷଣା ପରେ ତାଙ୍କ ପ୍ରାର୍ଥୀତ୍ୱକୁ ସୋର ବିଜେପି ତରଫରୁ ବିରୋଧ କରାଯାଇଥିଲା। ପରେ ଦଳର ନେତା ରାକେଶ ମଳିକଙ୍କ ନେତୃତ୍ୱରେ ଏକ ଟିମ ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଭୁବନେଶ୍ୱର ଯାଇ ରାଜ୍ୟ ସଭାପତିଙ୍କ ନିକଟରେ ଫେରାଦ ହୋଇଥିଲେ। କିନ୍ତୁ ଆଜି ମଧ୍ୟାହ୍ନରେ ରାଜେନ୍ଦ୍ର ତାରିଣୀ ଛକ ନିକଟରେ ପହଞ୍ଚିବା ପରେ କାଂଶବାଂଶ ମଣ୍ଡଳ ସଭାପତି ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ତାଙ୍କୁ ବିରୋଧ କରିଥିଲେ। ରାଜେନ୍ଦ୍ର ଦାସ ଗୋ ବ୍ୟାକ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା। ଅନ୍ୟ ଉପାୟ ନ ପାଇ ହଟହଟା ହୋଇ ଶ୍ରୀ ଦାସ ସେଠାରୁ ଫେରି ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ରାଜେନ୍ଦ୍ର ଦାଶ ଗତ ଧାମନଗର ଉପ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଏବଂ ପୂର୍ବରୁ ସେ ବିଜେଡିରୁ ମଧ୍ୟ ବହିଷ୍କୃତ ହୋଇଥିଲେ।ସାଧାରଣ ନିର୍ବାଚନ ଘୋଷଣା ପରେ ରାଜେନ୍ଦ୍ର ବିଜେପିରେ ଯୋଗ ଦେଇଥିଲେ।ଏଥର ନିର୍ବାଚନରେ ବିଜେପି ରାଜେନ୍ଦ୍ରଙ୍କୁ ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସ୍ଥାନୀୟ ବିଜେପି ମହଲରେ ଅସନ୍ତୋଷ ତିବ୍ର ହୋଇଥିଲା।

Leave A Reply

Your email address will not be published.