ପୁଣି ଅଡ଼ୁଆ ବଢିଲା ମହୁଆ ମୋଇତ୍ରାଙ୍କର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଅଡ଼ୁଆ ବଢିଲା ମହୁଆ ମୋଇତ୍ରାଙ୍କର । ପ୍ରଥମେ ସାଂସଦ ପଦ ଗଲା, ଏବେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ପୁନର୍ବାର ନୋଟିସ ମିଳିଛି। ସାଂସଦ ପଦରୁ ବରଖାସ୍ତ ହେବା ପରେ ମଧ୍ୟ ମୋଇତ୍ରା ବଙ୍ଗଳା ଛାଡୁ ନଥିବାରୁ ତାଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ନୋଟିସ୍ ପଠାଯାଇଛି ।

ଏଥିରେ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ ଏପରି ନକରନ୍ତି ତାହେଲେ ବଳପୂର୍ବକ ତାଙ୍କଠାରୁ ବଙ୍ଗଳା ଛଡାଇ ନିଆଯିବ ବୋଲି ସୂଚନା ମିଳିଛି । ତୃଣମୂଳ କଂଗ୍ରେସ ସାଂସଦ ଭାବରେ ମୋଇତ୍ରାଙ୍କୁ ସରକାରୀ ବଙ୍ଗଳା ମିଳିଥିଲା । ଯେହେତୁ ସେ ଏବେ ଆଉ ସାଂସଦ ହୋଇ ରହିନାହାନ୍ତି ଏହି ଦୃଷ୍ଟିରୁ ଜାନୁଆରୀ ୭ ସୁଦ୍ଧା ବଙ୍ଗଳା ଛାଡିବାକୁ ପୂର୍ବରୁ ନୋଟିସ୍ ମିଳିଥିଲା । କିନ୍ତୁ ନୋଟିସ ପରେ ବି ସେ ବଙ୍ଗଳା ଖାଲି ନକରିବାରୁ ଜାନୁଆରୀ ୮ରେ ଇଷ୍ଟେଟ ନିର୍ଦ୍ଦେଶାଳୟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏବଂ ୩ ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲା । ପରେ ଜାନୁଆରୀ ୧୨ ତାରିଖରେ ଆଉ ଏକ ନୋଟିସ୍ ପଠାଯାଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ମୋଇତ୍ରା ବଙ୍ଗଳା ଖାଲି କରିନାହାନ୍ତି ।

ଏନେଇ ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କର ସଭ୍ୟପଦ ରବ୍ଦ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହି ନୋଟିସକୁ ଅବୈଧ ଦର୍ଶାଇ ପିଟିସନ ଦାଖଲ କରିଥିଲେ । ଏହାପରେ କୋର୍ଟ ତାଙ୍କୁ ବଙ୍ଗଳାରେ ରହିବାକୁ ଅନୁମତି ପାଇଁ ଇଷ୍ଟେଟ ନିର୍ଦ୍ଦେଶାଳୟକୁ ଅନୁରୋଧ କରିବାକୁ କହିଥିଲେ । ଏହାରି ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ଆଉ ଏକ ନୋଟିସ୍ ପଠାଯାଇ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଛି ।

Leave A Reply

Your email address will not be published.