ଆଜିଠୁ ୨ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ୨ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଥିବା ନେଇ ସୂଚନା ଆଞ୍ଚଳିକ ଦେଲା ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ସ୍ୱଳ୍ପ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଛି। ତାପମାତ୍ରାରେ ହ୍ରାସ ଯୋଗୁଁ ଶୀତ ବୃଦ୍ଧି ହୋଇଥିବା ବେଳେ ଏହି ସ୍ଥିତି ଆସନ୍ତା ୫ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେପଟେ କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି।

କେବଳ ସାଧାରଣ ଜନଜୀବନ ନୁହେଁ, ବରଂ ବିମାନ, ରେଳ ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ବିମାନର ଉଡ଼ାଣ ବାତିଲ ହେଉଥିବା ବେଳେ ଅନେକେ ବିଳମ୍ବରେ ଉଡାଣ ଭରୁଥିବା ଦେଖିବାକୁ ମିଳିଛି। ସେହିପରି ଘନ କୁହୁଡ଼ି ପାଇଁ ଟ୍ରେନ ଗୁଡ଼ିକ ବିଳମ୍ବରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ପାଇଁ ପାଖାପାଖି ୧୨୦ଟି ବିମାନ ବିଳମ୍ବରେ ଯାତାୟତ କରୁଥିବା ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.