ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ୍ । ବେଲୁଚିସ୍ତାନ ସୀମାନ୍ତରେ ଥିବା ଆତଙ୍କବାଦୀ ସଂଗଠନ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ଏହି ଆକ୍ରମଣରେ ଜୈଶ-ଅଲ୍-ଅଦଲର ବେସ୍ କ୍ୟାମ୍ପ ଧ୍ବସ୍ତ ହୋଇଛି । ଏହି ଏୟାରଷ୍ଟ୍ରାଇକରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ତେବେ ହମଲା ଇରାନକୁ ମହଙ୍ଗା ପଡ଼ିବ ବୋଲି ପକିସ୍ତାନ କହିଛନ୍ତି ।

ଇରାନ ସରକାରୀ ଖବର ଏଜେନ୍ସି ରିପୋର୍ଟ ମୁତାବକ, ମଙ୍ଗଳବାର ପାକିସ୍ତାନରେ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ ଡ୍ରୋନ ବ୍ୟବହାର ହୋଇଥିଲା । ଇରାନର ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ କହିଛି, ଏହି ଡ୍ରୋନ୍ ହମଲା ଇରାନ ଆଇଆରଜିସି ପ୍ରାଇଭେଟ୍ ଆର୍ମି ଦ୍ବାରା ହୋଇଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ୩ ଆତଙ୍କୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ପାକିସ୍ତାନ ସୀମାରେ ଆତଙ୍କବାଦୀ ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଛି । ତେଣୁ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଛି ।

ଇରାନ ଜୈଶ ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଦୁଇଟି ଆତଙ୍କବାଦୀ ବେସ ଉପରେ ବୋମା ପକାଇ ପାକିସ୍ତାନର ଗୁମର ଖୋଲିଛି। ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନର ଶିବିର ଉପରେ ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଛି ଏବଂ କୁହାଯାଉଛି ଯେ ଆତଙ୍କବାଦୀ ଏବଂ ସାଧାରଣ ନାଗରିକଙ୍କୁ ନେଇ ଏହି ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇରାନର ଆକ୍ରମଣ ପରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦଲ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଇରାନ ବାଲୁଚିସ୍ତାନରେ ନିଜର ଯୋଦ୍ଧାର ଘରକୁ ଟାର୍ଗେଟ କରିଛି। ଏହାର ଅର୍ଥ ହେଉଛି ଆତଙ୍କବାଦୀ ସଂଗଠନ ମଧ୍ୟ ସ୍ବୀକାର କରିଛନ୍ତି ଯେ ବାଲୁଚିସ୍ତାନରେ ଏହାର ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି।

 

Leave A Reply

Your email address will not be published.