ଅଣ୍ଡାମାନ ନିକୋବର ଛୁଇଁଲା ଦକ୍ଷିଣ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ବୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି। ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଆସନ୍ତା ୩-୪ ଦିନର ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ,  ଦକ୍ଷିଣ ବଙ୍ଗୋପସାଗରର ଆଉ କିଛି ଅଂଶ, ସମଗ୍ର ଆଣ୍ଡାମାନ ସାଗର ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। କିଛିଦିନ ତଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଆସନ୍ତା ଜୁନ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ।

ତେବେ ପାଣିପାଗ ମଡେଲ ମୌସୁମୀ ୪ ଦିନ ଆଗୁଆ କିମ୍ବା ୪ ଦିନ ବିଳମ୍ବରେ ଆସିପାରେ ।ଗତ ୧୫ ତାରିଖରେ ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ବାତ୍ୟା ମୋକା ଯୋଗୁଁ ଏବର୍ଷ ମୌସୁମୀ ପ୍ରଭାବରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା ।

Leave A Reply

Your email address will not be published.