କୋଟିଆ ପୁଞ୍ଜରେ ଆନ୍ଧ୍ର ନିର୍ବାଚନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋଟିଆ ପୁଞ୍ଜରେ ଆନ୍ଧ୍ର ନିର୍ବାଚନ କରିବ। ଆନ୍ଧ୍ର ପ୍ରଦେଶ ମାନ୍ୟୁମ ଜିଲ୍ଲାପାଳ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କୋରାପୁଟ ଏବଂ ରାୟଗଡା ଉଭୟ ଜିଲ୍ଲା ର ଜିଲ୍ଲାପାଳ ଙ୍କ ସହ କଥା ହେଇଥିବା ଆନ୍ଧ୍ର ପ୍ରଦେଶ ମାନ୍ୟୁମ ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି।

କୋଟିୟା ପୁଞ୍ଜ ରେ 7 ଗୋଟି ବୁଥ୍ କରାଯିବ। ସାଧାରଣ ନିର୍ବାଚନ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ର ମେ ମାସ ରେ ଥିବା ବେଳେ, କୋଟିୟା ପୁଞ୍ଜ ରେ ଉଭୟ ରାଜ୍ୟ ର ସଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଆନ୍ଧ୍ର କୋଟିୟା ରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଡା କୋଡ଼ି ଭାବେ ନିର୍ବାଚନ ସଫଳ କରିବା କଥା କିଛି ଦୀନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର କୋରାପୁଟ ଗସ୍ତ ରେ କହିଥିଲେ। ଏବେ ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିୟା ପୁଞ୍ଜ ରେ ନିର୍ବାଚନ କରିବା ପାଇଁ କୋରାପୁଟ ଜିଲ୍ଲାପାଳ ସହ କଥା ସରିଛି କୋହିଲେ ପ୍ରେସ ବିଜ୍ଞପ୍ତି ରେ ନିଶାନ୍ତ କୁମାର। ସୀମାନ୍ତବର୍ତ୍ତୀ ଜିଲ୍ଲା ରାୟାଗଡା ଏବଂ କୋରାପୁଟର କଲେକ୍ଟର ତଥା ପୋଲିସ୍ ଅଧୀକ୍ଷକଙ୍କ ସହ ଏକ ସମନ୍ୱୟ ବୈଠକ ଭିସିରେ ଆୟୋଜିତ ହେଇଥିଲା ।

ଯେଉଁଥିରେ ସମସ୍ତ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏବଂ ପାରସ୍ପରିକ ସହଯୋଗ ଯୋଗାଇବା ପାଇଁ ଏକ ଚୁକ୍ତିନାମା ହୋଇଥିଲା। ମନ୍ୟୁମ ଜିଲ୍ଲାପାଳ କହିଛନ୍ତି ,ଯେ ଉଭୟ ପାର୍ଶ୍ୱରେ ମତଦାନ କେନ୍ଦ୍ର ସ୍ଥାପନ କରାଯିବ ଏବଂ ସେହି ଅଞ୍ଚଳର ଲୋକମାନେ ନିଜ ପସନ୍ଦ ଅନୁଯାୟୀ କୌଣସି ସ୍ଥାନରେ ଭୋଟ୍ ଦେଇପାରିବେ। ସେ କହିଛନ୍ତି ଯେ ଏଥିରେ ସହମତି ପ୍ରକାଶ ପାଇଛି ଯେ ଦୁଇ ଜିଲ୍ଲାର ପ୍ରଶାସନ ଏଥିପାଇଁ କୌଣସି ବାଧାବିଘ୍ନ ସୃଷ୍ଟି କରିବ ନାହିଁ।

Leave A Reply

Your email address will not be published.