ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି । ଶ୍ରୀମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ ।  ବାଇଶି ପାହାଚ ନିକଟରୁ ସେବାୟତଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି ।ସିଂହଦ୍ୱାର ଥାନାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି ।

ପୁଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାସପୋର୍ଟ ଯାଂଚ କରାଯାଉଛି । ଗତ କିଛି ଦିନ ହେଲା ୫ଜଣ ବାଂଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ପୁଲିସ ସମ୍ପୃକ୍ତ ବାଂଲାଦେଶୀଙ୍କୁ ଅଟକ ରଖି ଛାନଭିନ କରୁଛି । ତେବେ ବାଂଲାଦେଶ ଦୂତାବାସ ସହ ଆଲୋଚନା ପରେ ତାଙ୍କ ପାର୍ସପୋର୍ଟ ଯାଂଚ କରାଯାଇଥିଲା । ସେମାନଙ୍କ ବିରୋଧରେ କୌଣସି ସନ୍ଦେହ ଜନକ ତଥ୍ୟ ନମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି ।

ପୋଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାସପୋର୍ଟ ଯାଂଚ କରାଯାଉଛି । ଗତ କିଛି ଦିନ ହେଲା ୫ଜଣ ବାଂଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ପୁଲିସ ସମ୍ପୃକ୍ତ ବାଂଲାଦେଶୀଙ୍କୁ ଅଟକ ରଖି ଛାନଭିନ କରୁଛି । ତେବେ ବାଂଲାଦେଶ ଦୂତାବାସ ସହ ଆଲୋଚନା ପରେ ତାଙ୍କ ପାର୍ସପୋର୍ଟ ଯାଂଚ କରାଯାଇଥିଲା । ସେମାନଙ୍କ ବିରୋଧରେ କୌଣସି ସନ୍ଦେହ ଜନକ ତଥ୍ୟ ନ ମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.