ଅନ୍ଧାର ରୁ ଆଲୋକ ର ନୂଆ ରାହା ଦେଖାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଃଖିନୀ ଶାନ୍ତିକୁ ଅନ୍ଧାର ରୁ ଆଲୋକ ର ନୂଆ ରାହା ଦେଖାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ। ପୁରୀ ଜିଲ୍ଲା ର ସତ୍ୟବାଦୀ ବ୍ଲକ ଅର୍ନ୍ତଗତ ବିଶ୍ଵନାଥପୁର ପଞ୍ଚାୟତ ନିକଟ ରେ ଥିବା ଏକ ନାଳ ପାଖରେ ବସବାସ କରନ୍ତି ବେନୁଆ ଭୋଇ ଙ୍କ ପାରିବାର। ଏହି ପାରିବାର ରେ ରୁହନ୍ତି, ବେନୁଆ ଭୋଇ ତାଙ୍କ ପତ୍ନୀ ଓ ତାଙ୍କ ଝିଅ ଶାନ୍ତି ଭୋଇ। ଶାନ୍ତି ଦୀର୍ଘ କିଛି ଦିନ ହେବ ସ୍ନାୟୁ ଜନିତ ରୋଗ ରେ ପୀଡ଼ିତ।

ବାପା ବେନୁଆ ଭୋଇ ଜଣେ ଟଲି ଚାଳକ ହେଇଥିବା ବେଳେ ବୟସ ପୁଣି ପଞ୍ଚସ୍ତରୀ ଛୁଇଁଲାଣି। ପାଖାପାଖି 10 ବର୍ଷ ହେବ ଶାନ୍ତି ଏହି ରୋଗ ରେ ପୀଡ଼ିତ। ନା ସେ ଉଠି ପାରୁଛନ୍ତି ନା ସୋଇପାରୁଛନ୍ତି। ତାଙ୍କର ପାରିବାର ଟି ଅତି ଦୁର୍ଦ୍ଦିନ ରେ କାଳାତିପାତ କରୁଛନ୍ତି। ଏହି ଖବର ସୋସିଆଲ ମିଡ଼ିଆ ରେ ପ୍ରସାରିତ ହେଲା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ପହଞ୍ଚିଥିଲେ ସେହି ପାରିବାର ନିକଟ ରେ।

ଶାନ୍ତି କିପରି ବାହାର ଦୁନିଆ ର ଆଲୋକ ଦେଖିବ ସେଥିପାଇଁ ଏକ ତିନିଚକିଆ ଯାନ ସହ କିଛି ରାସନ ବ୍ୟବସ୍ଥା କରିଥିଲେ। ଏହା ଦେଖି ତାଙ୍କ ଗ୍ରାମ ର ବୟସ୍କ ମାନେ ସାଧୁବାଦ ଜଣାଇଥି ଲେ। ଏହି ସେବା କାର୍ଯ୍ୟ ରେ ସହଯୋଗୀ ବ୍ୟକ୍ତି ମାନେ ହେଲେ। ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ସଞ୍ଜୀବ କୁମାର ତରାଇ, ସିନୁ କୁମାର ରାଓ, ସୂର୍ଯ୍ୟକାନ୍ତ ପରିଡା, ଗଜେନ୍ଦ୍ର ପରିଡା, ରାଜେଶ ପାଣି ଓ ସାମାଜିକ କର୍ମୀ ସୁଶିଲ ସାହୁ।

Leave A Reply

Your email address will not be published.