ଶାନ୍ତି ଶୃଙ୍ଖଳାର ନିର୍ବାଚନ କୋରାପୁଟ ଜିଲ୍ଲାରେ 30 କମ୍ପାନୀ ସିଆରପିଏଫ ମୂତୟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ କରିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ 30 କମ୍ପାନୀ ସିଆରପିଏଫ ମୂତୟନ କରାଯିବ,ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ l ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସାମ୍ବାଦିକ ସମ୍ମିଳନୀ। କୋଟିଆ ସମେତ ସୀମାନ୍ତ ଅଂଚଳରେ ଭୋଟ ଗ୍ରହଣ ସୁଚାରୁ ରୁପେ ସମାପନ କରାଯିବ । ପୂର୍ବାପେକ୍ଷା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ସକାଶେ ପ୍ରଶାସନ ପ୍ରସ୍ତୁତ ରହିଛି ।

ମାଲକାନଗିରି ଜିଲ୍ଲାରେ 16 କମ୍ପାନୀ ,କୋରାପୁଟ ଜିଲ୍ଲାରେ 8 କମ୍ପାନୀ,ନବରଂଗପୁର ଜିଲ୍ଲାର 3 କମ୍ପାନୀ ଓ ରାୟଗଡା ଜିଲ୍ଲାରେ 3 କମ୍ପାନି ସିଆରପିଏଫ ମୂତୟନ କରାଯିବ ବୋଲି ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ର୍ବାଚନ ଆଚରଣ ବିଧି ଉଂଲଘନ କରିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।କୋରାପୁଟରେ ଗସ୍ତରେ ଆସି ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସଦଭାବନା ସଭାଗୃହ ଠାରେ 4 ଟି ଜିଲ୍ଲାର ନିର୍ବାଚନ ପ୍ରସୂତି ସ୍ଥିତିନେଇ ସମୀକ୍ଷା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜିଲ୍ଲାପାଳଙ୍କ ସହ 14ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣଂ ଅଧିକାରୀ ଙ୍କୁ ନେଇ ବୈଠକ କରିଥିଲେ |

ପରେ ଅତିରିକ୍ତ ଡିଜି ସଂଜୟ କୁମାର ,ଡିଆଇଜି ଚରଣ ସିଂ ମୀନାଙ୍କ ଉପସ୍ଥିତିରେ 4 ଟି ଜିଲ୍ଲାର ଏସପି ଓ ଜିଲ୍ଲା ପାଳଙ୍କୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଥିଲେ ।ପରେ କୋରାପୁଟ ଜିଲ୍ଲାର 3 ଟି ବିଧାନ ସଭା ଆସନର ହେବାକୁ ଥିବା ଭୋଟ ଗଣିତ କେନ୍ଦ୍ର କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଗସ୍ତ କରି ଅନୁଧ୍ୟାନ କରିଥିଲେ । ସାମ୍ଵାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଙ୍କ ସମେତ ଅତିରିକ୍ତ ଡିଜିପି ସଞ୍ଜୟ କୁମାର, ଡିଆୀଜି ଚରଣ ସିଂ ମୀନା ,କୋରାପୁଟ ଜିଲ୍ଲାପାଳ ଓ କୋରାପୁଟ ଏସପି ଉପସ୍ଥିତ ଥିଲେ ।ଭୁବନେଶ୍ବର ରୁ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଅତିରିକ୍ତ ଡିଜି ସଂଜୟ କୁମାର ଅତିରିକ୍ତ ସି.ଇ.ଓ ଡ଼କ୍ଟର ଏନ. ତିର୍ମଳା ନାୟକ,ଅତିରିକ୍ତ ସି ଇ ଓ ଶତ୍ରୁଘ୍ନ କର ପ୍ରମୁଖ ଗସ୍ତରେ ଆସିଛନ୍ତି

Leave A Reply

Your email address will not be published.