ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ଶାନ୍ତିଆ ଠାରେ କାର୍ଯ୍ୟ ନହୋଇ ରାତି ଅଧିଆ କାର୍ଯ୍ୟ ଶେଷ ସମୟରେ ଆରଡି ବିଭାଗ ଦ୍ଵାରା ଫଳକ ଲଗାଯାଇଥିବା ରୁ ଗ୍ରାମବାସୀ ଙ୍କପକ୍ଷରୁ ଗଣଧାରଣା।
ସୂଚନା ଅନୁସାରେ ଗତ ବୁଧବାର ରାତି ରେ ଶାନ୍ତିଆ ଦିଗି ପୋଖରୀ ନିକଟରେ ଆରଡି ବିଭାଗ ଦ୍ଵାରା ୪ କୋଟି ୯୧ ଲଖ୍ଯ ୬୬ ହଜାର ୫୪୯ ଟଙ୍କା ର ଫଳକ ଲଗାଯାଇଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ଏଥିରେ ଠିକାଦାର ଅମରେଶ ବେହେରା ଙ୍କ ନାମ ଥିବାବେଳେ ଏହାର କାର୍ଯ୍ୟ ଆରମ୍ଭ ୧୯/୧୦/୨୩ ଥିବା ବେଳେ କାର୍ଯ୍ୟ ଶେଷ ତାରିଖ ୧୮/୪/୨୪ ଲେଖାଯାଇଅଛି। ତେବେ ଏହି ମଲ୍ଟି ପରପଜ ବିଲ୍ଡିଂ ର ଅବଧି ଶେଷ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।
ତେବେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ଶାସକ ଦଳ ସହିତ ଆରଡ଼ି ବିଭାଗ ସଲାସୁତୁରାରେ ରାତି ଅଧିଆ ଫଳକ ଲଗାଯାଇଥିବା ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ଗ୍ରାମବାସୀ ମାନେ ଆଜି ଦିନ ଦଶଟା ସମୟରେ ଦିଗି ପୋଖରୀ ନିକଟରେ ଗଣଧାରଣା ଦେଇଥିବା ବେଳେ କଂଗ୍ରେସ ନେତା ସୁଦର୍ଶନ ।ଦାସ ସମିଲ ହୋଇ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ଚେୟାରମେନ ଙ୍କ ବିରୋଧ ରେ ବିଶାଦଗାର କରିଥିଲେ । ତେବେ ଘଟଣାକୁ ନେଇ ବିଭାଗୀୟ ଅଧିକାରୀ କିଛି ଜାଣି ନଥିବା କହିଛନ୍ତି।