ସଚେତନ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପୁରସ୍କାର ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଟାଟା ପାୱାର ପକ୍ଷରୁ ବସ୍ତା ବିଦ୍ୟୁତ୍ ଡିଭିଜନ୍‌ରେ ଆଜି ସଚେତନ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି | ଯେଉଁ ଉପଭକ୍ତାମାନେ ପ୍ରତି ମାସ ଠିକ୍ ବିଦ୍ୟୁତ୍ ବିଲ୍ ପୈଠ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଲଟେରି ମାଧ୍ୟମରେ ବଛା ହୋଇଥିବା ୧୧ ଜଣ ପୁରସ୍କାର ପାଇଛନ୍ତି |

ପୁରସ୍କାର ବିତରଣ ଉତ୍ସବରେ ବସ୍ତା ଡିଭିଜନ୍‌ର ଯନ୍ତ୍ରୀ ରୁଦ୍ରପ୍ରସାଦ ରଥଙ୍କ ସହ ସହକାରୀ ଯନ୍ତ୍ରୀ ଶଶିକାନ୍ତ ମହାନ୍ତି ଓ ମୁଖ୍ୟ ବାଣିଜ୍ୟ ଅଧିକାରୀ ନିରାକାର ସାହୁ ଯୋଗଦେଇଥିଲେ | ବିଦ୍ୟୁତ୍ ଉପଭୋକ୍ତା କମଳାକାନ୍ତ ଦାସ, ହରେକୃଷ୍ଣ ପ୍ରଧାନ, ସଞ୍ଜୟ ମହାପାତ୍ର, ଜୟନ୍ତୀ ସାହୁ, ଚତୁର୍ଭୁଜ ଚାନ୍ଦ,ଲଖ୍ମଣ ନାୟକ, ଅମୂଲ୍ୟ ପ୍ରଧାନ, ମୋହନ ସିଂ, ସଞ୍ଜୟ କୁମାର ସାମଲ, ସୁରେନ୍ଦ୍ର ଜେନା ଏବଂ ମିନତୀ ସାହୁ ଙ୍କୁ ଟାଟା ପାୱାର ପଖ୍ଯରୁ ସମସ୍ତ ୧୧ ଜଣ ଉପଭୋକ୍ତା ଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରାଯାଇଥିଲା।

ଶେଷରେ ଏହି ଅବସରରେ ଯେଉଁ ଉପଭୋକ୍ତାମାନେ ପ୍ରତି ମାସ ଅନ୍‌ଲାଇନ୍ ଆପ୍ ମାଧ୍ୟମରେ ବିଦ୍ୟୁତ୍ ବିଲ୍ ପୈଠ କରିବେ, ସେମାନଙ୍କୁ ବର୍ଷର ଗୋଟିଏ ମାସ ବିଦ୍ୟୁତ୍ ବିଲ୍ ରିହାତି ମିଳିବ ବୋଲି ଯନ୍ତ୍ରୀ ଶ୍ରୀ ରଥ ପ୍ରକାଶ କରିଥିଲେ। ତତସହିତ ଆଗାମୀ ଦିନରେ ସମସ୍ତ ଉପଭୋକ୍ତା ମାନେ ଇଲେକ୍ଟ୍ରୀ ବିଲ କୁ ଅନଲାଇନ ରେ ପ୍ରଦାନ କରି ଆକର୍ଷଣୀୟ ପୁରସ୍କାର ପାଇପାରିବେ ବୋଲି କହିଥିଲେ ଯନ୍ତ୍ରୀ।

Leave A Reply

Your email address will not be published.