ଚନ୍ଦନେଶ୍ୱର ମହାଦେବଙ୍କ ଚଡକ ପର୍ବ ପାଇଁ ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବଙ୍କ ଚଡକ ପର୍ବ ପାଇଁ ଆଜି ବ୍ଳକ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଆଶିଷ ଠାକରେ ଙ୍କ ଅଧକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି |

ଏଥିରେ ବାଲେଶ୍ୱର ଏସପି ସାଗରିକା ନାଥ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭିନ୍ନ ଥାନାର ଆଇଆଇସି, ବିଡିଓ ଓ ତହସିଲଦାର, ମନ୍ଦିର ର ସେବାୟତ ଙ୍କ ସମେତ ବିଭିନ୍ନ ଜରୁରୀକାଳୀନ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ,ଆସନ୍ତା ଏପ୍ରିଲ 1 ତାରିଖ ପାଖରୁ ଆରମ୍ଭ ହେଇ 14 ତାରିଖ ପଯ୍ୟନ୍ତ ଚାଲିବ ଏହି ଚଡକ ପର୍ବ, ଏନେଇ ପୋଲିସ ବିଭାଗ ଓ ପ୍ରଶାସନ ପକ୍ଷରୁ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ପାରିବ ବୈଠକ ରେ ଆଲୋଚନା କରାଯାଇଥିଲା | ବିଶେଷ କରି ଏହି ପର୍ବରେ ଓଡିଶା ସମେତ,ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଛତିଶଗଡ ଇତ୍ୟାଦି ରାଜ୍ୟର ଲକ୍ଷାଧିକ ବ୍ରତଧାରୀ ମାନେ ସମାଗମ ହୋଇଥାନ୍ତି |

ସେଥିପାଇଁ ଚଡକ ପର୍ବ କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଅନେକ ସମୟରେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼େ | ତେଣୁ ଏହି ଚଡକ ପର୍ବ କୁ କିଭଳି ଶାନ୍ତି ଶୃଙ୍ଖଳା ରେ ପରିଚାଳନା କରା ଯିବ ସେଥିପ୍ରତି ବାଲେଶ୍ବର ଏସପି ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି | ଚଳିତ ବର୍ଷ ନିର୍ବାଚନ ରହିଥିବାରୁ ପ୍ରଶାସନ ପାଇଁ ଏହି ପର୍ବକୁ ନିୟନ୍ତ୍ରଣ କରିବା ଅଧିକ ଚ୍ୟାଲେଞ୍ଜ ହୋଇପାରେ ବୋଲି ଅନୁମାନ କରାଯାଉଛି, ବିଶେଷ କରି ଏହି ପର୍ବରେ ଶେଷ ଦୁଇ ଦିନ ନୀଳ ଓ ପାଟ ପର୍ବରେ 5 ରୁ 6 ଲକ୍ଷ ବ୍ରତଧାରୀ ମାନଙ୍କର ଭିଡ଼ ହୋଇଥାଏ ତାକୁ କିଭଳି ନୟନ୍ତ୍ରଣ କରାଯିବ ସେଥିପାଇଁ ପୋଲିସ ଟିମକୁ ସଜାଗ ପାଇଁ ଏସପି ପରାମର୍ଶ ଦେଇ ଥିଲେ

Leave A Reply

Your email address will not be published.