ରେକୁଟିଆ ମୁକ୍ତେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଆଡ଼ମ୍ବରରେ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରେକୁଟିଆ ମୁକ୍ତେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଆଡ଼ମ୍ବରରେ ଅନୁଷ୍ଠିତ |କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ରେକୁଟିଆ ଗ୍ରାମରେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ବାବା ମୁକ୍ତେଶ୍ଵର ମହାଦେବଙ୍କ ନୂତନ ଶିବମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି।

ଏହି ଧାର୍ମିକ କାର୍ଯ୍ୟରେ ଶତାଧୂକ ମହିଳା ଓ ପୁରୁଷ ଭକ୍ତମାନେ ଦେଓଗାଁ କୁଶଳେଶ୍ଵର କୁସେଇ ନଦୀ ଘାଟରୁ କଳସ ବୁଡାଇ ପଦଯାତ୍ରାରେ ରେକୁଟିଆ ଶୈବପୀଠ ଯଜ୍ଞ ମଣ୍ଡପ ଠାରେ ସ୍ଥାପନ କରିଛନ୍ତି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଯୋଗ ଦେଇଥିଲେ, ମୁଖ୍ୟ ପୂଜକ ନିରଞ୍ଜନ କର, ରଶ୍ମିରଞ୍ଜନ ରଥ, ସ୍ମୃତିରଞ୍ଜନ ତ୍ରିପାଠୀ, ପ୍ରଶନ୍ନଜିତ କର, କଳ୍ପତରୁ ଶ ଶତପଥୀ, ସୁଶାନ୍ତ ଶତପଥୀ, ରବୀନ୍ଦ୍ର କୁମାର କରଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଉଛି।

୪ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁ ଅନୁଷ୍ଠିତ ହେବ। ଆଜି ସକାଳ ୬ଘଟିକାରୁ ଜଳଯାତ୍ରା କରାଯାଇ ସନ୍ଧ୍ୟା ୮ ଘଟିକାରେ ଆଳତି ହୋଇଥିଲା। ଓଡ଼ିଶାର ସୁନାମ ଅର୍ଜନ କରିଥିବା |କାରମାନଙ୍କ ଦ୍ବାରା । ଭଜନ ଭଜନ ପରିବେଷଣ କରାଯାଇ ଦର୍ଶକଙ୍କୁ ଉତ୍ସାହିତ କରାଯାଇଛି। କମିଟିର ସଭାପତି, ସମ୍ପାଦକ ଏବଂ ଅଞ୍ଚଳର ଯୁବକମାନେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ଏହି ଉତ୍ସବ ରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.