ଉପଜିଲ୍ଲାପାଳଙ୍କୁ କବିତା ଶୁଣାଇ ସମସ୍ଯା ସମ୍ପର୍କରେ ଅବଗତକଲେ ଛାତ୍ର ଛାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍କୁଲ ଯିବା ରାସ୍ତା ଅବରୋଧ ଉପଜିଲ୍ଲାପାଳଙ୍କୁ କବିତା ସୁଣାଇ ସମସ୍ଯା ସମ୍ପର୍କରେ ଅବଗତକଲେ ଛାତ୍ର ଛାତ୍ରୀ | ଉପଜିଲ୍ଲାପାଳ ଙ୍କ ସାମ୍ନା ରେ କବିତା ସୁଣାଇ ସମସ୍ଯା ସମ୍ପର୍କରେ ଅବଗତ କରାଇବାସହ ସମାଧାନ ପାଇଁ ଗୁହାରି କଲେ ସ୍କୁଲ ଛାତ୍ର ଛାତ୍ରୀ |

ଆନନ୍ଦପୁର ଉପଖଣ୍ଡ ସଢଙ୍ଗ ପଞ୍ଚାୟତ ନସିରପୁର ଗାଁ ର ଥିବା ବିଦ୍ଯାଳୟ କୁ ଥାବା ରାସ୍ତା କୁ ଗାଁ କିଛି ମୁଷ୍ଟିମେୟ ଲୋକେ ଜବରଦଖଲ କରିଛନ୍ତି | ଯାହା ଫଳରେ ଗାଁ ଲୋକଙ୍କ ଯାତାୟତ ସହ ବର୍ଷାହେଲେ ବିଶେଷ ଭାବେ ଛାତ୍ର ଛାତ୍ରା ପାଇଁ ସ୍କୁଯିବା କାଠିକର ପାଠ | ସମସ୍ଯା ସମ୍ପର୍କରେ ପୂର୍ବରୁ ଗ୍ରାମବାସୀ ଙ୍କ ତରଫରୁ ହାଟଡିହି ତହସିଲଦାର ଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ଯ କୈଣସି ସୁଫଳ ମିଳୁନାହିଁ |

ତେଣୁ ସମସ୍ଯା ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ ଅବଗତ କରିବାକୁ ଅଣ୍ଚା ଭିଡିଥିଲେ କୁନିକୁନି ସ୍କୁଲ ଛାତ୍ର ଛାତ୍ରୀ | ଆଜି ନିଜନିଜ ଅବିଭାବକ ଙ୍କୁ ସାଙ୍ଗରେ ଧରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଁଞ୍ଚି ସମସ୍ଯା ସମ୍ପର୍କରେ ପିଲାମାନେ ଲେଖିଥିବା ଏକ କବିତା ଉପଜିଲ୍ଲାପାଳ ଙ୍କୁ ସୁଣାଇଛନ୍ତି | ଏହାପରେ ଖୁବ୍ ସିଘ୍ର ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ |

Leave A Reply

Your email address will not be published.